ଆଜି ଡିଆରଡିଓ ତରଫରୁ ବିକଶିତ କରାଯାଇଥିବା କରୋନା ଔଷଧ ‘୨-ଡିଜି’ର ପ୍ରଥମ ଦଫାକୁ ଶୁଭାରମ୍ଭ କରାଯିବ

ନୂଆଦିଲ୍ଲୀ : କରୋନା ଭାଇରସ୍ ସଂକ୍ରମଣ ବିରୋଧରେ ଭାରତ ଲଢ଼େଇ ଜାରି ରଖିଛି । ଏହି ପରିପ୍ରେକ୍ଷୀରେ ଆଜି ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂସ୍ଥା (ଡିଆରଡିଓ) ତରଫରୁ ବିକଶିତ କରାଯାଇଥିବା କରୋନା ଔଷଧ ‘୨-ଡିଜି’ର ପ୍ରଥମ ଦଫାକୁ ଶୁଭାରମ୍ଭ କରାଯିବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ଏହି ଔଷଧର ଶୁଭାରମ୍ଭ କରିବେ । ଶୁଭାରମ୍ଭ ପରେ ଆଗାମୀ ଦିନେ ବା ୨ ଦିନରେ ରୋଗୀଙ୍କୁ ଏହି ଔଷଧ ମିଳିବ । ସୂତ୍ର ଅନୁସାରେ ହାଇଦ୍ରାବାଦର ଡକ୍ଟର ରେଡ୍ଡୀ ଲ୍ୟାବରେ ଏହାର ୧୦ ହଜାର ଡୋଜ୍ ପ୍ରସ୍ତୁତ ହୋଇସାରିଛି ।

ପ୍ରତିରକ୍ଷା ମନ୍ତ୍ରାଳୟ ଚଳିତ ମାସର ଆରମ୍ଭରୁ କହିଥିଲା ଯେ, କୋଭିଡ-୧୯ ମାଧ୍ୟମ ଏବଂ ଗଂମ୍ଭୀର ଲକ୍ଷଣଯୁକ୍ତ ରୋଗୀଙ୍କୁ ଏହି ଔଷଧ ଜରୁରୀକାଳୀନ ବ୍ୟବହାର କରିବା ପାଇଁ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ତରଫରୁ ମଂଜୁରୀ ମିଳିସାରିଛି ।

Spread the love