ଜୁଲାଇରେ ସରିବ କରୋନା ଦ୍ଵିତୀୟ ଲହରର ପ୍ରଭାବ !

ନୂଆଦିଲ୍ଲୀ : ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହର ଚଳିତ ବର୍ଷ ଜୁଲାଇ ସୁଦ୍ଧା ହ୍ରାସ ପାଇବାର ସମ୍ଭାବନା ଥିବାବେଳେ ତୃତୀୟ ତରଙ୍ଗ ପ୍ରାୟ ଛଅରୁ ଆଠ ମାସ ମଧ୍ୟରେ ଦେଶକୁ ଆସିବ ବୋଲି ଭାରତ ସରକାରଙ୍କ ବିଜ୍ଞାନ ମନ୍ତ୍ରଣାଳୟ ଅଧୀନସ୍ଥ ବୈଜ୍ଞାନିକ ପ୍ୟାନେଲ ପୂର୍ବାନୁମାନ କରିଛି। ତୃତୀୟ ଲହର ଉପରେ ସୂଚନା ଦେଇ ଆଇଆଇଟି କାନପୁରର ପ୍ରଫେସର ମନିନ୍ଦ୍ର ଅଗ୍ରୱାଲ କହିଛନ୍ତି ଯେ ମହାମାରୀର ତୃତୀୟ ପର୍ଯ୍ୟାୟ ଲୋକାଲାଇଜ୍ ହେବ ଏବଂ ଟୀକାକରଣରୁ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ଏହା ଅନେକ ଲୋକଙ୍କୁ ପ୍ରଭାବିତ କରିବ ନାହିଁ।

ବୈଜ୍ଞାନିକମାନେ ଆହୁରି ମଧ୍ୟ ପୂର୍ବାନୁମାନ କରିଛନ୍ତି ଯେ ମେ ମାସ ଶେଷ ସୁଦ୍ଧା ଭାରତରେ ଦୈନିକ ୧.୫ ଲକ୍ଷ ମାମଲା ରିପୋର୍ଟ କରିବ ଏବଂ ଜୁଲାଇ ଶେଷ ସୁଦ୍ଧା ଦିନକୁ ୨୦,୦୦୦କୁ ହ୍ରାସ ପାଇବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହି ଆଶଙ୍କା ସୂତ୍ର ନାମକ ଏକ ଗାଣିତିକ ମଡେଲ ଯାହା କରୋନାର ଗତିପଥ ପ୍ରୋଜେକ୍ଟ କରିବାରେ ସାହାଯ୍ୟ କରେ ସେଥିରୁ ପ୍ରକାଶ ପାଇଛି । ଗୁରୁବାର ସୂତ୍ର ମଡେଲରେ ଜଡିତ ବୈଜ୍ଞାନିକ ଏମ ବିଦ୍ୟାସାଗର କହିଛନ୍ତି ଯେ ଯଦି କରୋନାବିରୁଦ୍ଧରେ ଟୀକାକରଣ ଡ୍ରାଇଭ୍ ବୃଦ୍ଧି ନହୁଏ ଏବଂ କରୋନାର ଉପଯୁକ୍ତ ଆଚରଣ ବଜାୟ ନହୁଏ ତେବେ ଛଅରୁ ଆଠ ମାସରେ ମହାମାରୀର ତୃତୀୟ ଲହରରହେବାର ସମ୍ଭାବନା ରହିଛି। ସେ କହିଛନ୍ତି, ସୂତ୍ର ମଡେଲ କୌଣସି ତୃତୀୟ ଲହରର ପୂର୍ବାନୁମାନ କରିନାହିଁ ଏବଂ ଏହା ଉପରେ କାର୍ଯ୍ୟ କରୁଛି। ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା କେ ବିଜୟ ରାଘବନ୍ ମେ ୫ରେ କହିଥିଲେ ଯେ ଏହି ଭାଇରସର ବିବର୍ତ୍ତନ ହେଉଥିବାରୁ ସଂକ୍ରମଣର ତୃତୀୟ ଲହର ଅନିବାର୍ଯ୍ୟ ଏବଂ ନୂତନ ଲହର ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ। ଦୁଇ ଦିନ ପରେ ସେ କହିଛନ୍ତି ଯେ ଯଦି ରାଜ୍ୟ, ଜିଲ୍ଲା ତଥା ସହର ସ୍ତରରେ ଦୃଢ ପଦକ୍ଷେପ ନିଆଯାଏ ଏବଂ କାର୍ଯ୍ୟକାରୀ ହୁଏ ତେବେ ଦେଶରେ କରୋନାଭାଇରସର ତୃତୀୟ ତରଙ୍ଗ ହୋଇପାରେ ନାହିଁ।

Spread the love