କରୋନା ସ୍ଥିତି ନେଇ ନବମ ଓ ଏକାଦଶ ପାଠପଢ଼ା ବନ୍ଦ ନିଷ୍ପତି

ଭୁବନେଶ୍ୱର : ରାଜ୍ୟରେ ଦେଖାଦେଇଥିବା କରୋନା ସ୍ଥିତିକୁ ବିଚାରକୁ ନେଇ ନବମ ଓ ଏକାଦଶ ଶ୍ରେଣୀର ପାଠପଢ଼ା ବନ୍ଦ ରଖିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ସତ୍ୟବ୍ରତ ସାହୁ ବିଭାଗୀୟ ନିର୍ଦ୍ଦେଶକ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଚିଠି ଲେଖି ଜଣାଇଛନ୍ତି । ଆସନ୍ତାକାଲି ଠାରୁ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯିବଏବଂ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସେଥିରେ ଉଲ୍ଲେଖ ରହିଛି ।

ଏହି ଚିଠିରେ ଦର୍ଶାଯାଇଛି ଯେ, ସରକାରୀ, ଅନୁଦାନପ୍ରାପ୍ତ ଏବଂ ଘରୋଇ ସ୍କୁଲରେ ଏହି ଦୁଇଶ୍ରେଣୀର ପାଠପଢ଼ା ବନ୍ଦ ରହିବ । ହଷ୍ଟେଲ ଏବଂ ଆବାସିକ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ଘରକୁ ଚାଲିଯିବା ପାଇଁ ମଧ୍ୟ କୁହାଯାଇଛି । ଦଶମ ଏବଂ ଦ୍ୱାଦଶ ଶ୍ରେଣୀ କ୍ଲାସ ୨୫ ତାରିଖ ପର୍ଯ୍ୟନ୍ତ ଚାଲୁ ରଖିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି ।

Spread the love