ଉତ୍ତର ପ୍ରଦେଶରେ ଲାଗୁ ହୋଇଥିବା କର୍ଫ୍ୟୁ ଅବଧି ବଢ଼ିଲା ଆଉ ଦୁଇ ଦିନ

ଲକ୍ଷ୍ନୌ  : ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶରେ ଲାଗୁ ହୋଇଥିବା କର୍ଫ୍ୟୁ ଅବଧି ଆଉ ଦୁଇ ଦିନ ବଢାଇବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ରାଜ୍ୟରେ ମେ’ ୬ ତାରିଖ ସକାଳ ୭ଟା ଯାଏଁ କର୍ଫ୍ୟୁ ଲାଗୁ ହେବ । କର୍ଫ୍ୟୁ ସମୟରେ ସମସ୍ତ ଦୋକାନ ବଜାର ଓ ଗମନାଗମନ ବନ୍ଦ ରହିବ । ଉତ୍ତର ପ୍ରଦେଶ ମୁଖ୍ୟ ଶାସନ ସଚିବ ନବନୀତ ସେହଗଲ ଏନେଇ ସୂଚନା ଦେଇଛନ୍ତି । ଚଳିତ ସପ୍ତାହ ପାଇଁ କର୍ଫ୍ୟୁ ଅବଧି ବଢ଼ାଇ ଦିଆଯାଇଛି ବୋଲି ସେ କହିଛନ୍ତି । ସଂକ୍ରମଣ ଚେନ ଭାଙ୍ଗିବାକୁ ରାଜ୍ୟ ସରକାର ଏହିଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି । ଏହା ପୂର୍ବରୁ ଲାଗୁ ହୋଇଥିବା ଲକଡାଉନ ମଙ୍ଗଳବାର ଶେଷ ହୋଇଥାନ୍ତା । କିନ୍ତୁ ନୂଆ ଆଦେଶ ପରେ ମଙ୍ଗଳବାର ଓ ବୁଧବାର ମଧ୍ୟ ଲକଡାଉନ ଜାରି ରହିବ ।

ଉତ୍ତର ପ୍ରଦେଶରେ ଲକଡାଉନ ସମୟରେ ସାର୍ବଜନିକ ଓ ପ୍ରାଇଭେଟ ଯାନବାହାନ ଯିବା ଆସିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି ସମୟରେ ଫଳ, ପନିପରିବା, କ୍ଷୀର, ଔଷଧ ଆଦି ଜରୁରୀ ଦୋକାନ ସୀମିତ ସମୟ ପାଇଁ ଖୋଲା ରହିବ } ଏହାସହ ପେଟ୍ରୋଲ ପମ୍ପ ଓ ଗ୍ୟାସ ସିଲିଣ୍ଡର ଦୋକାନ ମଧ୍ୟ ସୀମିତ ସମୟ ଯାଏଁ ଖୋଲା ରହିବ।

Spread the love