ଗଛରେ ଗୋଟିଏ ଦଉଡ଼ିରେ ଝୁଲନ୍ତା ଅବସ୍ଥାରେ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର

ବାରିପଦା : ଗଛରେ ଝୁଲନ୍ତା ଅବସ୍ଥାରେ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର । ଗୋଟିଏ ଦଉଡ଼ିରେ ଏପଟ ସେପଟରେ ଝୁଲୁଛନ୍ତି ଦୁଇଜଣ । ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି । ଏପରି ଏକ ଘଟଣା ମୟୁରଭଞ୍ଜ ଜିଲ୍ଲା ରସଗୋବିନ୍ଦପୁର ଥାନା ଧାନଷୋଳ ଅଞ୍ଚଳର ଘଟଣା।

ସୂଚନା ଅନୁସାରେ, ଜିଲ୍ଲାର ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଧାନଶୋଳଠାରେ ଏକ ଗଛରୁ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକେ ଉଭୟଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ବେକରେ ଦଉଡି ଦେଇ ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପ୍ରେମୀଯୁଗଳ ରସଗୋବିନ୍ଦପୁର ଥାନା ଦରଖୋଳି ଗ୍ରାମର ବାଉଳା ସିଂ ଓ ସୀମା ସିଂ ବୋଲି ଜଣାଯାଇଛି। ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଥିବା ବେଳେ ରାସଗୋବିନ୍ଦପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Spread the love