ଦେଶରେ ବର୍ତ୍ତମାନ ସୁଦ୍ଧା ୧୮ କୋଟି ନାଗରିକଙ୍କ ଟିକାକରଣ

କୋଭିଡ-୧୯ ବିରୋଧୀ ଲଢେଇ ପାଇଁ ମିଳୁଥିବା ଆନ୍ତର୍ଜାତିକ ରିଲିଫ ସାମଗ୍ରୀ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡ଼ିକୁ ଯଥାଶୀଘ୍ର ଆବଂଟିତ କରାଯାଉଛି
ନୂଆଦିଲ୍ଲୀ : ଦେଶବ୍ୟାପି ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଅନ୍ତର୍ଗତ ଦେଶରେ ସମୁଦାୟ ୧୮କୋଟିରୁ ଅଧିକ କୋଭିଡ- ୧୯ ଟିକା ଡୋଜ ପ୍ରଦାନ କରାଯାଇଛି ।

ମିଳିଥିବା ଅସ୍ଥାୟୀ ରିପୋର୍ଟ ଅନୁଯାୟୀ ୨୬,୦୨,୪୩୫ ସେସନରେ ସମୁଦାୟ ୧୮,୦୪,୫୭,୫୭୯ ଟିକା ଡୋଜ ପ୍ରଦାନ କରାଯାଇଛି । ଏଥିରେ ୯୬,୨୭,୬୫୦ ଏଚସିଡବ୍ଲୁ ପ୍ରଥମ ଡୋଜ ଓ ୬୬,୨୨,୦୪୦ ଏଚସିଡବ୍ଲୁ ଦ୍ୱିତୀୟ ଡୋଜ, ୧,୪୩,୬୫,୮୭୧ ଏଫଏଲଡବ୍ଲୁ (ପ୍ରଥମ ଡୋଜ), ୮୧,୪୯,୬୧୩ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ), ୧୮-୪୫ ବୟସ ବର୍ଗର ୪୨,୫୮,୭୫୬ ହିତାଧିକାରୀ (ପ୍ରଥମ ଡୋଜ), ୫,୬୮,୦୫,୭୭୨ (ପ୍ରଥମ ଡୋଜ) ଓ ୪୫ରୁ ୬୦ ବୟସ ବର୍ଗର ୮୭,୫୬,୩୧୩ ଦ୍ୱିତୀୟ ଡୋଜ ହିତାଧିକାରୀ ସାମିଲ ଅଛନ୍ତି । ୬୦ରୁ ଅଧିକ ବର୍ଷ ବୟସର ୫,୪୩,୧୭,୬୪୬ ପ୍ରଥମ ଡୋଜ ହିତାଧିକାରୀ ଓ ୧,୭୫,୫୩,୯୧୮ ଦ୍ୱିତୀୟ ଡୋଜ ହିତାଧିକାରୀ ରହିଛନ୍ତି । ଗତ ୨୪ ଘଂଟାରେ ୧୮- ୪୪ ବୟସ ବର୍ଗର ୩,୨୮,୨୧୬ ହିତାଧିକାରୀ ପ୍ରଥମ ଡୋଜ କୋଭିଡ ଟିକା ନେଇଛନ୍ତି ଓ ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବା ପରଠାରୁ ୩୨ ରାଜ୍ୟ/ କେନ୍ଦ୍ରଶାସିତ ଅଂଚଳରେ ସମୁଦାୟ ୪୨,୫୮,୭୫୬ ଟିକା ଦିଆଯାଇଛି । ନିମ୍ନ ଟେବଲରେ ଏପର୍ଯ୍ୟନ୍ତ ୧୮- ୪୪ ବୟସ ବର୍ଗଙ୍କୁ ପ୍ରଦାନ କରାଯାଇଥିବା ସମୁଦାୟ ଟିକା ଡୋଜ ପ୍ରଦର୍ଶିତ ହୋଇଛି ।

Spread the love