ଓଡ଼ିଶା ପାଇଁ ୩୩୩.୮ କୋଟି ଟଙ୍କାର ସହାୟତା ମଞ୍ଜୁର କଲା କେନ୍ଦ୍ର

  • କୋଭିଡ-୧୯ ମହାମାରୀ ସ୍ଥିତିରେ ୨୫ ରାଜ୍ୟର ପଂଚାୟତ ପାଇଁ ୮୯୨୩.୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ : ୨୫ଟି ରାଜ୍ୟର ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥା ଗୁଡ଼ିକ ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଗତକାଲି ୮୯୨୩.୮ କୋଟି ଟଙ୍କା ମଂଜୁର କରିଛି । ତ୍ରିସ୍ତରୀୟ ପଂଚାୟତିରାଜ ସଂସ୍ଥା- ଗ୍ରାମ, ବ୍ଲକ ଏବଂ ଜିଲ୍ଲା ଗୁଡ଼ିକ ପାଇଁ ଏହି ସହାୟତା ଉଦ୍ଦିଷ୍ଟ ।

ଶନିବାର ମଞ୍ଜୁର ହୋଇଥିବା ଏହି ଅନୁଦାନ ୨୦୨୧-୨୨ ମସିହାର ପ୍ରଥମ କିସ୍ତି । ଏହି କ୍ରମରେ ଓଡ଼ିଶା ପାଇଁ ୩୩୩.୮ କୋଟି ଟଙ୍କା ମଂଜୁର ହୋଇଛି । କୋଭିଡ-୧୯ ମହାମାରୀ ମୁକାବିଲାରେ ଗ୍ରାମ୍ୟ ସ୍ୱାୟତ୍ତ ସଂସ୍ଥା ଗୁଡ଼ିକରେ ଏହି ଅର୍ଥ ଖର୍ଚ୍ଚ କରି ବିଭିନ୍ନ ପଦକ୍ଷେପ ନିଆଯିବ । ପଂଚଦଶ ଅର୍ଥ କମିଶନର ସୁପାରିଶ କ୍ରମେ ଏହି କେନ୍ଦ୍ରୀୟ ଅନୁଦାନର ପ୍ରଥମ କିସ୍ତି ୨୦୨୧ ଜୁନ ମାସରେ ମଞ୍ଜୁର ହେବା କଥା । ତେବେ କୋଭିଡ-୧୯ ମହାମାରୀ ସ୍ଥିତିରେ ପଂଚାୟତିରାଜ ମନ୍ତ୍ରାଳୟର ସୁପାରିଶ କ୍ରମେ ଅର୍ଥ ମନ୍ତ୍ରାଳୟ ଧାର୍ଯ୍ୟ ସମୟ ପୂର୍ବରୁ ଆଗୁଆ ଏହି ଅର୍ଥ ମଞ୍ଜୁର କରିଛି ।

Spread the love