କୋଭିଡ୍ କଟକଣା ଭିତରେ ପାଳନ ହେଉଛି ମା’ ତାରାତାରିଣୀଙ୍କ ଯାତ୍ରା, ମୁଣ୍ଡନ ବନ୍ଦ

ବ୍ରହ୍ମପୁର : ଆଜି ଚୈତ୍ର ମାସର ଦ୍ଵିତୀୟ ମଙ୍ଗଳବାର। ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଯାତ୍ରା ସମ୍ପୂର୍ଣ୍ଣ କୋଭିଡ୍ କଟକଣା ଭିତରେ ପାଳନ ହେଉଛି। ସବୁଠାରୁ ବଡ଼ କଥା ହେଲା ଯେ ଏଠାରେ ପ୍ରତିବର୍ଷ ବହୁ ଶ୍ରଦ୍ଧାଳୁ ମୁଣ୍ଡନ କରାଇଥାନ୍ତି। ହେଲେ ଏଥର ତାହାକୁ ବନ୍ଦ ରଖାଯାଇଛି। ଏହି ଯାତ୍ରାକୁ ମୁଣ୍ଡନ ଯାତ୍ରା ବୋଲି ବି କୁହାଯାଇଥାଏ। ତଥାପି କେତେକ ଲୋକ ଅନ୍ୟ ଜାଗାରେ ମୁଣ୍ଡନ କରାଇ ମନ୍ଦିରରେ ପୂଜାର୍ଚ୍ଚନା କରୁଥିବା ପରିଲକ୍ଷିତ ହେଉଛି।

ସୂଚନା ଯେ, ଗତବର୍ଷ କରୋନାର ପ୍ରକୋପ ଲାଗି ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଦୁଇ ପାଳି ପରେ ଆଉ ହୋଇପାରି ନ ଥିଲା। ଭକ୍ତଙ୍କ ବିନା କେବଳ ମାଆଙ୍କ ନୀତିକାନ୍ତି ପାଳିତ ହୋଇଥିଲା। ଚଳିତ ବର୍ଷ ମଧ୍ୟ କୋଭିଡର ଦ୍ବିତୀୟ ସଂକ୍ରମଣ ଆରମ୍ଭ ହୋଇ ଯାଇଥିବାବେଳେ ମାଆଙ୍କ ଯାତ୍ରା କୋଭିଡ କଟକଣା ଭିତରେ ପାଳନ ହେଉଛି।

Spread the love