କାର୍‌ ଓଲଟି ଜଣେ ଯୁବତ ମୃତ, ୬ ଗୁରୁତର

ଯାଜପୁର : ଯାଜପୁର ଟାଉନ ଥାନା ଅନ୍ତର୍ଗତ କମାଗଡ଼ ଠାରେ ରାତିରେ କାର୍‌ ଓଲଟି ପଡ଼ିବା ଫଳରେ ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଥିବା ବେଳେ ଚାଳକ ସମେତ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଯେ, ଶୁକ୍ରବାର ରାତି ପ୍ରାୟ ୮ ଟା ସମୟରେ କମାଗଡ ଠାରେ ଏହି ଦୁର୍ଘଟଣା ଘଟିଛି। ପାଣିକୋଇଲିକୁ ଏକ ନୃତ୍ୟ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଉଥିବା ବେଳେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା। ଘଟଣା ସ୍ଥଳେ ଟାଉନ ଥାନା ଅଧିନ ବାଣପୁର ଗ୍ରାମର ରବିନ୍ଦ୍ର ଜେନାଙ୍କ ପାଝିଅ ଉର୍ମିଳା ଜେନା(୧୮)ଙ୍କ ମୃତ୍ୟୁ ହୋଇଛି। ଅନ୍ୟ ପଟେ କଟକ ବିରିଡି ଥାନା ସାଗରିକା ପ୍ରଧାନ, ଭଦ୍ରକର ଦିପକ ନାୟକ, ଯାଜପୁର ଟାଉନ ଅଂଚଳର ମଧୁଲିକା ସାହୁ(୪୦) ଓ ତାଙ୍କ ଝିଅ ମୀନରବା (୧୦)ସାହୁ ଆହତ ହୋଇଛନ୍ତି। ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Spread the love