ଛିଡ଼ା ହୋଇଥିବା ହାଇୱାକୁ ପିଟିଲା କାର୍‌ : ୨ ମୃତ, ଜଣେ ଗୁରୁତର

ସମ୍ୱଲପୁର : ସମ୍ୱଲପୁର ଜିଲ୍ଲା ଶାସନ ବାଇପାସ ନିକଟରେ ଥିବା ପେଟ୍ରୋଲ ପମ୍ପ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଛିଡ଼ା ହୋଇଥିବା ହାଇୱା ପଛପଟେ ଏକ କାର୍‌ ପିଟି ହୋଇ ମା’ ଓ ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଛନ୍ତି । ମୃତକ ହେଲେ ସୁନ୍ଦରଗଡ଼ ଜିଲ୍ଲା ହେମଗିର ଟିକିରିପଡ଼ାର ବିଜିଲି ଭୋଇ (୫୬) ଓ ଝିଅ ରୁବିନା (୨୦) । ଗୁରୁତର ପୁଅ ବିକାଶ (୨୨) ବୁର୍ଲାରେ ଚିକିତ୍ସିତ ହେଉଛନ୍ତି । ଗାଡ଼ି ଚାଳକ ମଧ୍ୟ ଆହତ ହୋଇଛନ୍ତି।

ସୂଚନା ଯେ, ହାଇୱା (ଓଡି୧୫ଜି-୧୫ଏ୫୩୯୮) ଛିଡ଼ା ହୋଇଥିବା ସମୟରେ ସମ୍ୱଲପୁରରୁ ଝାରସୁଗୁଡ଼ା ଅଭିମୁଖେ ଯାଉଥିବା କାର୍‌ (ଓଡି୧୬ଇ-୯୭୦୦) ପଛରେ ପିଟି ହୋଇଥିଲା । ଘଟଣାସ୍ଥଳରେ ହିଁ ବିଜିଲି ଓ ଝିଅ ରୁବିନାଙ୍କ ମୃତ୍ୟୁ ହୋଇଥିଲା । ପୋଲିସ୍‌, ଏଲ୍‌ଆଣ୍ଡଟି କର୍ମଚାରୀ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ଶାସନ ଥାନା ପୋଲିସ୍‌ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

Spread the love