ବାତ୍ୟା ୟାସ୍ ପ୍ରଭାବକୁ ଲକ୍ଷ୍ୟ କରି ବିପିୟୁଟି ଦ୍ୱାରା ପରିଚାଳିତ ଅଯୁଗ୍ମ ସେମିଷ୍ଟର ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର : ବାତ୍ୟା ୟାସ୍ ପ୍ରଭାବକୁ ଲକ୍ଷ୍ୟ କରି ବିଜୁ ପଟ୍ଟନାୟକ ବୈଷୟିକ ଶିକ୍ଷାନୁଷ୍ଠାନ (ବିପିୟୁଟି) ଦ୍ୱାରା ପରିଚାଳିତ ଅଯୁଗ୍ମ ସେମିଷ୍ଟର ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଆଜିଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ପ୍ରତ୍ୟକ୍ଷ ନିୟନ୍ତ୍ରଣ (ଅନଲାଇନ୍‍)ରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥାନ୍ତେ। ନିୟମିତ ଓ ଗତବର୍ଷ ଉତ୍ତୀର୍ଣ୍ଣ ହୋଇ ନଥିବା ବିଦ୍ୟାର୍ଥୀ ପରୀକ୍ଷା ଦେବା ପାଇଁ ନାମ ପଞ୍ଜୀକରଣ କରିଥିଲେ। ପରୀକ୍ଷା ସ୍ଥଗିତ ସଂକ୍ରାନ୍ତରେ ବିପିୟୁଟି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Spread the love