ଏକତରଫା ପ୍ରେମିକର ଉନ୍ମତ୍ତ କାଣ୍ଡ : ଯୁବତୀଙ୍କ ଗଳା କାଟି ଦେଲା ପ୍ରେମିକ, ଆକ୍ରମଣରେ ଯୁବତୀଙ୍କ ମା’ ମୃତ

କଳାହାଣ୍ଡି : ଏକତରଫା ପ୍ରେମକୁ ନେଇ ପ୍ରେମିକର ଉନ୍ମତ୍ତ କାଣ୍ଡ । ଜଣେ ଯୁବତୀଙ୍କର ଗଳା କାଟି ଦେଇଥିବା ବେଳେ ଆକ୍ରମଣରେ ଯୁବତୀଙ୍କର ମା’ ମୃତ। ଗୁରୁତର ଯୁବତୀଙ୍କୁ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା କର୍ଲାଖୁଣ୍ଟା ଗାଁରେ ।

ସୂଚନା ଯେ, କର୍ଲାଖୁଣ୍ଟା ଗାଁର ରଞ୍ଜିତା ବାଗ ନାମକ ଯୁବତୀ ଏବଂ ତାଙ୍କ ମା’ ସିନ୍ଧୁ ବାଗ ପୋଖରୀରୁ ଗାଧୋଇ ସାରି ଫେରୁଥିଲେ। ଏହି ସମୟରେ ଅଭିଯୁକ୍ତ ତିଲକର ନାଏକ ସେମାନଙ୍କୁ ଛୁରୀରେ ଆକ୍ରମଣ କରିଥିଲା । ଏଥିରେ ଯୁବତୀର ଗଳା କାଟି ଯାଇଥିବା ବେଳେ ଆକ୍ରମଣରେ ଯୁବତୀର ମା’ ଗୁରୁତର ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆ ଯାଇଥିଲା । ସେଠାରେ ଯୁବତୀର ମା’ଙ୍କୁ ମୃତ ଘୋଷଣା କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଏକ ତରଫା ପ୍ରେମକୁ ନେଇ ପ୍ରେମିକ ପ୍ରତିଶୋଧ ପରାୟଣ ହୋଇ ଏଭଳି କାଣ୍ଡ ଘଟାଇଥିବା ଜଣାପଡିଛି । ସେହିପରି ଅଭିଯୁକ୍ତକୁ ଅଟକ ରଖି କେସିଙ୍ଗା ପୋଲିସ ତଦନ୍ତ ଆରମ୍ଭ କରିଛି ।

Spread the love