ଯବାନଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ଖଞ୍ଜି ଥିଲେ ମାଓବାଦୀ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ମୀନପା ଜଙ୍ଗଲରେ ପୋଲିସକୁ ଟାର୍ଗେଟ କରି ୧୦କିଲୋରୁ ଅଧିକ ଓଜନର ଲ୍ୟାଣ୍ଡମାଇନ ଖଞ୍ଜି ଥିଲେ ମାଓବାଦୀ। ୨୦୬ ବାଟାଲିୟନର ସିଆରପିଏଫ୍ କୋବ୍ରା ଯବାନ ଅପରେସନ ବେଳେ ମେଟାଲ ଡିଟେକ୍ଟର ସାହାଯ୍ୟରେ ଲ୍ୟାଣ୍ଡମାଇନର ସନ୍ଧାନ ପାଇ ଉଦ୍ଧାର କରିବା ସହ ତାକୁ ବିସ୍ପୋରଣ କରି ନଷ୍ଟ କରାଯାଇଛି।

ଏହି ଲ୍ୟାଣ୍ଡମାଇନ ଵିସ୍ପୋରଣ ଏତେ ଭୟଙ୍କର ରହିଥିଲା ଯେ ଯବାନଙ୍କୁ ଅନେକ କ୍ଷତି ପହଞ୍ଚାଇଥାନ୍ତା। ଯବାନ ମାଓ ଦମନ ଅପରେସନକୁ ଯିବା ବେଳେ ଏହି ଜଙ୍ଗଲ ମଧ୍ୟରେ ଟାର୍ଗେଟ କରିବା ପାଇଁ ଯୋଜନା କରିଥିଲେ ମାଓବାଦୀ। ଏହି ଯୋଜନାକୁ ସୁରକ୍ଷା ଯବାନ ପଣ୍ଡ କରିଛି।

Spread the love