ନିଖୋଜ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଠାବ

ନିଆଳି : ୩ ଦିନ ପରେ ମିଳିଲା ନିଖୋଜ ଯୁବକଙ୍କ ପତ୍ତା । ତାହା ପୁଣି ଜଙ୍ଗଲରୁ ଝୁଲନ୍ତା ଅବସ୍ତାରେ । ବାଲିକୁଦା ଜଙ୍ଗଲରୁ ଠାବ ହୋଇଛି ମୃତଦେହ । ମୃତକ ନିଆଳି ଥାନା ଜଲ୍ଲାରପୁର ଗାଁର ଜଗନ୍ନାଥ ଅପଟ୍‌ ବୋଲି ଜଣାପଡିଛି ।

ସୂଚନା ଯେ, ଜଗନ୍ନାଥ ଗତ ୩ ଦିନ ହେଲା ନିଖୋଜ ଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ବି କୌଣସି ପତ୍ତା ମିଳିନଥିଲା । ଶେଷରେ ବୁଧବାର ଦିନ ବାଲିକୁଦା ଜଙ୍ଗଲରେ ଥିବା ଏକ ଆକାଶିଆ ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖିବାକୁ ମିଳିଥିଲା । ପରିବାର ଲୋକେ ଏନେଇ ତୁରନ୍ତ ନିଆଳି ପୋଲିସକୁ ଜଣାଇଥିଲା । ପୋଲିସ ଖବର ପାଇଥିଲେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିନଥିଲା । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି । ସେହିପରି ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଯୁବକ ଜଣଙ୍କ ଗଛରେ ଝୁଲୁଥିବା ବେଳେ ଗୋଡ ୨ଟି କିପରି ତଳେ ଲାଗିରହିଛି । ତେଣୁ ଏହା ଆତ୍ମହତ୍ୟା ନୁହେଁ ବରଂ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତକୁ ଗିରଫ ଦାବିରେ ନିଆଳି ଚାରି ଛକଠାରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ସ୍ଥାନୀୟଲୋକେ । ଅନ୍ୟପଟେ ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଆଳି ପୋଲିସ ଓ ବାଲିପାଟଣା ପୋଲିସ ମଧ୍ୟରେ ସୀମା ବିବାଦ ଦେଖାଦେଇଛି । ମୃତ୍ୟୁ ସ୍ଥଳ ଚିହ୍ନଟ ପାଇଁ ସରକାରୀ ଅମିନ ଆସି ମାପ କଲେ କେଉଁ ଥାନା ତଦନ୍ତ ଭାର ନେବ, ତାହା ସ୍ପଷ୍ଟ ହେବ । ଏବେବି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି ।

Spread the love