କୋଣାର୍କ ବେଳାଭୂମିରୁ ଅଜଣା ମହିଳାଙ୍କ ଶବ ଉଦ୍ଧାର

ପୁରୀ : ପୁରୀ ଜିଲ୍ଲା କୋଣାର୍କ ବେଳାଭୂମିରୁ ଆଜି ସକାଳୁ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ପ୍ରାତଃ ଭ୍ରମଣ କରୁଥିବା କେତେକ ସ୍ଥାନୀୟ ଲୋକ ସେଠାରେ ମହିଳାଙ୍କ ମୃତଦେହ ପଡିଥିବା ଦେଖି କୋଣାର୍କ ମେରାଇନ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତକଙ୍କ ଶବ ଜବତ କରିଛି । ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବଟିକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ପୋଲିସ ପକ୍ଷରୁ ଶବ ଚିହ୍ନଟ ପ୍ରକ୍ରିୟା ଜାରୀ ରହିଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି । ଏହି ମଧ୍ୟ ବୟସ୍କା ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ଏଠାରେ ଉଲ୍ଲେଖଯୋଗ୍ୟ, ଗତ କିଛି ବର୍ଷ ତଳେ ଏହିପରି ଏକ ଘଟଣା ଚନ୍ଦ୍ରଭାଗା ଠାରେ ଘଟିଥିଲା । ଯାହାକୁ ସେତେବେଳେ ଚର୍ଚ୍ଚା ଜୋର୍ ଧରିଥିଲା ।

Spread the love