ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ର କୁମ୍ବାରବନ୍ଧ ପୋଲିସ ଫାଣ୍ଡି ଅନ୍ତର୍ଗତ ରେଙ୍ଗାଲୀ କିଷାନପଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗ୍ରାମର ୨୭ ବର୍ଷୀୟ ଯୁବକ ସୁବ୍ରତ କିଷାନ ଓ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଠେଲକୋଳି ଥାନା ଅଧୀନରେ ଥିବା ଏକ ଗ୍ରାମର ୨୨ ବର୍ଷୀୟ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ହୋଇଥିଲା । ଏପରିକି ଏମାନେ ଉଭୟେ ଗୋଟିଏ ଜାତି ର ମଧ୍ୟ ହୋଇଥିଲେ । ତେବେ ଉଭୟେ ବିଭାହ ହେବା ପାଇଁ ରାଜି ହୋଇଥିଲେ । ମାତ୍ର ପରିବାର ଲୋକେ ପାଞ୍ଜି ଦେଖେଇବାରୁ ଉଭୟଙ୍କ ନାମ ପାଞ୍ଜି ଅନୁସାରେ ମେଳକ ନହେବାରୁ ଯୁବକଙ୍କ ପରିବାର ଲେକେ ଯୁବକକୁ ଅନ୍ୟତ୍ର ବିବାହ ପାଇଁ ମଇ ୫ ତାରିଖ ଦିନ ଦିବସ ସ୍ଥିର ହୋଇଥିଲା । ତେବେ ପ୍ରେମିକ ଯୁବକ ପ୍ରେମିକାକୁ ବାଇକ ରେ ପ୍ରେମିକାଙ୍କୁ ନେବାପାଇଁ ଯାଇ ନିଜ ଘରକୁ ଆଣିଥିଲେ । ଉଭୟଙ୍କ ପରିବାର ଲୋକେ ଜାଣିବା ପରେ ପ୍ରେମିକ ଯୁବକଙ୍କ ଘରେ ଘରୋଇ ଆପୋଷ ସମାଧାନ ବି ହୋଇଥିଲା ଏକ ରାତିରେ ଶୋଇଥିଲେ । ସୋମବାର ସକାଳେ ସେହି ଘରେ କୌଣସି ଶବ୍ଦ ନ ହେବାରୁ ଯୁବକଙ୍କ ସମ୍ପର୍କୀୟ ଆସି ଦେଖିବାରୁ ଉଭୟଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଥିଲା । କୁମ୍ବାରବନ୍ଦ ଫାଣ୍ଡି ଅଧିକାରୀ ଘଟଣାସ୍ଥଳ ଯାଇ ତଦନ୍ତ କରି ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛନ୍ତି । ଆଜି ଝାରସୁଗୁଡା ରେ ଶବ ବ୍ୟବଚ୍ଛେଦ ହେବ ବୋଲି ପୋଲିସ ଏହି ତଥ୍ୟ ଦେଇ ସୂଚନା ଦେଉଛି ।

Spread the love