ବିଜେପି ସହପ୍ରଭାରୀ ବିଜୟପାଲ ସିଂହ ତୋମାରଙ୍କ ଅନୁରୋଧ ପରେ ଉଠିଲେ

  • ବିଧାନସଭା ପରିସରରେ ସାରା ରାତି ଧାରଣା ଦେଲେ ବିଜେପି ବିଧାୟକ

ଭୁବନେଶ୍ୱର : ଶନିବାର ଦିନ ବିଧାନସଭାରେ ତରବରିଆ ଭାବେ ବିଲ ପାରିତ କରା ଗଲା ବେଳେ ବିରୋଧୀ ଦଳଙ୍କୁ କହିବାକୁ ଦିଆ ନ ଯିବା ଓ ଏହାର ପ୍ରତିବାଦରେ ଚପଲ ଓ ଇୟର ଫୋନ ଫିଙ୍ଗା ପରେ ତିନି ଜଣ ବିଜେପି ବିଧାୟକଙ୍କୁ ନିଲମ୍ବିତ କରାଯିବା ପ୍ରତିବାଦରେ ବିଜେପି ବିଧାୟକ ମାନେ ସାରା ରାତି ବିଧାନସଭା ପରିସରରେ ଧାରଣା ଦେଇଥିଲେ । ରାତି ସାରା ଗାନ୍ଧୀ ମୂର୍ତି ତଳେ ବସିବା ପରେ ଶେଷରେ ବିଜେପି ସହ ପ୍ରଭାରୀ ବିଜୟପାଲ ସିଂହ ତୋମାର ଯାଇ ଭେଟିବା ପରେ ଧାରଣା ପ୍ରତ୍ୟାହାର କରିଛନ୍ତି । ଶନିବାର ସନ୍ଧ୍ୟାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଧାରଣାରତ ବିଧାୟକମାନଙ୍କୁ ଯେତେ ବୁଝାଇଲେ ବି ସେମାନେ ମାନିନଥିଲେ । ଆଉ ଗତକାଲିଠାରୁ ଧାରଣାରେ ବସିଥିଲେ । ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର, ମୋହନ ଚରଣ ମାଝୀ ଓ ବିଷ୍ଣୁ ଚରଣ ସେଠୀ ଗୃହରୁ ନିଲମ୍ବିତ ହେବା ପରେ ବିଜେପି ସଦସ୍ୟମାନେ କକ୍ଷ ତ୍ୟାଗ କରି ଗାନ୍ଧୀ ମୂର୍ତି ତଳେ ଧାରଣା ଦେଇଥିଲେ ।

Spread the love