ଏମ୍ସରୁ ବିମାନ ବନ୍ଦର ହେଲା ଗ୍ରୀନ୍ କରିଡର, ଚେନ୍ନାଇ ଗଲେ ଅମ୍ରିତ

ଭୁବନେଶ୍ୱର : ଭୁବନେଶ୍ୱରରୁ ଚେନ୍ନାଇକୁ ଏୟାରଲିଫ୍ଟ ହେଲେ ଅମ୍ରିତ ପ୍ରଧାନ । ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ବ୍ରହ୍ମପୁରର ଅମ୍ରିତଙ୍କୁ ଚେନ୍ନାଇ ସ୍ଥିତ ଆପୋଲୋକୁ ସ୍ୱତନ୍ତ୍ର ବିମାନରେ ସ୍ଥାନାନ୍ତର କରାଯାଉଛି । ଅମ୍ରିତଙ୍କୁ ଏୟାରଲିଫ୍ଟ କରିବା ପାଇଁ ଚେନ୍ନାଇ ଆପୋଲୋରୁ ୬ ଜଣିଆ ଡାକ୍ତରୀ ଦଳ ଆସିଥିଲେ । ପରେ ଗରୁବାର ଅପରାହ୍ନରେ ଗ୍ରୀନ୍ କରିଡ଼ର କରାଯାଇ ଏମ୍ସରୁ ବିମାନ ବନ୍ଦର ପର୍ଯ୍ୟନ୍ତ ଅଣାଯାଇଥିଲା ।

କରୋନା ଯୋଗୁଁ ଅମ୍ରିତଙ୍କର ଫୁସଫୁସ କିଛି ମାତ୍ରାରେ ନଷ୍ଟ ହୋଇଛି । ତା ସାଙ୍ଗକୁ ନିମୋନିଆ ଓ ସେପଟିସେମିଆରେ ପୀଡ଼ିତ ଅଛନ୍ତି । ଗତ ମାସ ୨ ତାରିଖରେ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ପରେ ସ୍ୱାସ୍ଥ୍ୟ ବିଗିଡିବାରେ ଲାଗିଥିଲା । ଗତ ୧୨ ତାରିଖରୁ ସେ ଭେଂଟିଲେଟରରେ ଅଛନ୍ତି । ସ୍ଥିତି ଜଟିଳ ହେବାରୁ ଅମ୍ରିତଙ୍କୁ ସ୍ଥାନାନ୍ତର କରିବା ପାଇଁ ଡାକ୍ତରୀ ଦଳ ପରାମର୍ଶ ଦେଇଥିଲେ । ଆବଶ୍ୟକ ପଡିଲେ ଫୁସଫୁସ ପ୍ରତିରୋପଣ ବି କରାଯାଇପାରେ । ଏଥିପାଇଁ ବହୁ ପରିମାଣର ଅର୍ଥ ଆବଶ୍ୟକ ଥିବାରୁ ସୋଶିଆଲ ମିଡିଆରେ ଅମ୍ରିତଙ୍କ ପାଇଁ ପାଣ୍ଠି ସଂଗ୍ରହ କରାଯାଉଛି ।

Spread the love