କରୋନାରେ ସଂକ୍ରମିତ ହୋଇ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀଙ୍କ ପରଲୋକ

ପିପିଲି : ସ୍ୱର୍ଗତ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଭାଇ ଓ ଉପନିର୍ବାଚନରେ ବିଜେଡି ବିଧାୟକ ପାର୍ଥି ରୁଦ୍ର ମହାରଥୀଙ୍କ ଦାଦା ପ୍ରଣୟ କୁମାର ମହାରଥୀ (ବଦୁ)ଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ(KIMMS)ରେ ଆଜି ଭୋର ୫ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । କରୋନାରେ ଆକ୍ରାନ୍ତ ହୋଇ ମେ’୧୦ ତାରିଖରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କରୋନା ନେଗେଟିଭ ଆସିବା ପରେ ମଧ୍ୟ ପୋଷ୍ଟ କୋବିଦରେ ରହି ଚିକିତ୍ସା ଧୀନ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୪ବର୍ଷ ହୋଇଥିଲା। ପ୍ରଣୟଙ୍କର ଦୁଇଟି ପୁତ୍ର ଥିବା ବେଳେ ଭାଇମାନଙ୍କ ମଧ୍ୟରେ ପ୍ରଦୀପଙ୍କ ତଳେ ପ୍ରଣୟ ଥିଲେ ଦ୍ୱିତୀୟ। ପିପିଲି ଉପନିର୍ବାଚନ ପୂର୍ବରୁ ପୁତୁରା ରୁଦ୍ରଙ୍କୁ ବିଜେଡି ଟିକେଟ ଦେବା ସପକ୍ଷରେ ଗଣମାଧ୍ୟମରେ ମତ ପ୍ରକାଶ କରି ଚର୍ଚ୍ଚାକୁ ଆସିଥିଲେ।

Spread the love