ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ପରଲୋକ

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କର ୮୭ ବର୍ଷ ବୟସରେ ମଙ୍ଗଳବାର ଦିନ ଦେହାନ୍ତ ହୋଇଛି । ପୁଡୁଚେରୀସ୍ଥିତ ଶ୍ରୀ ଅରବିନ୍ଦ ଆଶ୍ରମ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ମନୋଜ ଦାସ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ୧୯୩୪ରେ ବାଲେଶ୍ୱର ଜିଲ୍ଲାର ଶଙ୍ଖାରୀ ଠାରେ ଜନ୍ମଗ୍ରହଣ କରିଥିବା ମନୋଜ ଦାସଙ୍କର ଇଂରାଜୀ ଓ ଓଡ଼ିଆ ସାହିତ୍ୟ ପାଇଁ ଅତୁଳନୀୟ ଅବଦାନ ରହିଛି । ଅନେକ କାଳଜୟୀ ଓଡ଼ିଆ ଉପନ୍ୟାସ, କ୍ଷୁଦ୍ରଗଳ୍ପର ସ୍ରଷ୍ଟା ଥିଲେ ମନୋଜ ଦାସ । ଅମୃତ ଫଳ, ଶେଷ ତାନ୍ତ୍ରିକର ସନ୍ଧାନରେ, ଆରଣ୍ୟକ, ଲକ୍ଷ୍ମୀର ଅଭିସାର, ଆବୁ ପୁରୁଷ, ଶେଷ ବସନ୍ତର ଚିଠି, ଅରଣ୍ୟ ଉଲ୍ଲାସର ସ୍ରଷ୍ଟା ଥିଲେ । ୨୦୦୧ରେ ପଦ୍ମଶ୍ରୀ, ୨୦୨୦ରେ ପଦ୍ମଭୂଷଣରେ ସମ୍ମାନିତ ହୋଇଥିଲେ ।

Spread the love