ଥାନା ଅଧିକାରୀ ପ୍ରଚୁର ମଦ୍ୟପାନ କରି ମାତାଲ ଅବସ୍ଥାରେ ବୁଲୁଥିବା ବେଳେ ଭିଡିଓ ଭାଇରାଲ

ବାଲିକୁଦା: ଜଗତସିଂହପୁର ଜିଲ୍ଲାର ଜଣେ ଥାନା ଅଧିକାରୀ ପ୍ରଚୁର ମଦ୍ୟପାନ କରି ମାତାଲ ଅବସ୍ଥାରେ ବୁଲୁଥିବା ବେଳେ ତାଙ୍କ ଭିଡିଓ ଭାଇରାଲ ହୋଇଛି । ମାତାଲ ଇନିସପେକ୍ଟର ଜଣକ ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ଥାନାରେ ଅବସ୍ଥାପିତ ଥିବା ସୂଚନା ମିଳିଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ,ଗୁରୁବାର ୧୨ଟା ବେଳେ ଡ୍ରାଇଭରଙ୍କ ସହ ଯୁକ୍ତିତର୍କ କରି ଥାନା ଅଧିକାରୀ ତାଙ୍କୁ ବିଦା କରିଦେଇ ଚାଲି ଚାଲି ରାସ୍ତାରେ ଯାଉଥିବା ବେଳେ ନିଶାସକ୍ତ ଅବସ୍ଥାରେ ଦେଖି ତାଙ୍କୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ । ଏପରିକି ଜଣେ ଗଣମାଧ୍ୟମ ପ୍ରତିନିଧି ତାଙ୍କର ଭିଡିଓ ଉତ୍ତୋଳନ କଲାବେଳେ ସେ ହାତ ଉଠାଇବାକୁ ବି ପଛାଇନଥିଲେ । ଏହି ଭିଡିଓଟି ଏବେ ଭାଇରାଲ ହେଉଥିବାରୁ ପୁଲିସ ବିଭାଗରେ ହଇଚଇ ସୃଷ୍ଟି ହୋଇଛି ।

Spread the love