ସୋପିୟାନରେ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିପାତ

ଜାମ୍ମୁ : ଜମ୍ମୁ କଶ୍ମୀରର ସୋପିୟାନ ଜିଲ୍ଲାର ହାଦିପୋରାରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ସୁରକ୍ଷା ବାହିନୀରର ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ତେବେ ଆଶ୍ଚର୍ଯ୍ୟର ବିଷୟ ଯେ, ମୃତକଙ୍କ ମଧ୍ୟରେ ଜଣେ ୧୪ ବର୍ଷର ନାବାଳକ ରହିଛି । ନାବାଳକକୁ ସରେଣ୍ଡର କରିବାକୁ କୁହାଯାଇଥିଲେ ସୁଦ୍ଧା ସେ ରାଜି ହୋଇନଥିଲା । ଫଳରେ ଭାରତୀୟ ଯବାନ ମାନେ ତାଙ୍କୁ ଏନକାଉଣ୍ଟର କରିବାକୁ ବାଧ୍ୟ ହୋଇଥିଲେ । ଘଟଣା ପରେ ଅନନ୍ତନାଗରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ଜଣାପଡିଛି । ଏନେଇ କଶ୍ମୀର ଜୋନ୍ ପୋଲିସ ଗଣମାଧ୍ୟମକୁ ସୂଚନା ଦେଇଛି ।

ଦକ୍ଷିଣ କାଶ୍ମୀରର ସୋପିୟାନର ହାଦିପୁରାରେ ଆତଙ୍କବାଦୀ ଲୁଚି ରହିଥିବା ଜାଣି ସେନା ପକ୍ଷରୁ କମ୍ୱିଂ କରାଯାଇଥିଲା । ତେବେ ଏହି ସମୟରେ ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୁଳିଚାଳନା କରିଥିଲେ । ଯବାନଙ୍କ ପାଲଟା ଆକ୍ରମଣରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା । ତେବେ ନିହତ ହୋଇଥିବା ଆତଙ୍କବାଦୀମାନେ କେଉଁ ସଂଗଠନର ଓ ସେମାନଙ୍କ ପରିଚୟ ମିଳିପାରି ନାହିଁ ।

Spread the love