ଟେଲି ଷ୍ଟାର ହିନା ଖାନଙ୍କୁ କରୋନା

ମୁମ୍ୱାଇ : କରୋନା ସଂକ୍ରମିତ ହେଲେ ଟେଲି ଷ୍ଟାର ହିନା ଖାନ୍ । ସୋସିଆଲ ମିଡିଆରେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ହିନା । ଏହାସହ ସେ କହିଛନ୍ତି ଯେଉଁମାନେ ମୋ ସଂପର୍କରେ ଆସିଛନ୍ତି ଦୟାକରି ନିଜର ପରୀକ୍ଷା କରାଇ ନିଅନ୍ତୁ । ଗତ କିଛିଦିନ ତଳେ କରୋନାରେ ତାଙ୍କ ପିତାଙ୍କର ନିଧନ ହୋଇଥିଲା ।

ସେ କହିଛନ୍ତି ଯେ, ଏହି ସମୟ ବହୁତ କଠିନ ମୋ ପାଇଁ । ମୋ ପିତାଙ୍କୁ ହରାଇବା ପରେ ମୁଁ ବହୁତ ଭାଙ୍ଗିପଡିଥିଲି । ତଥାପି ମୁଁ ନିଜ ମନୋବଳ ଦୃଢ କରି ଚାଲିଛି । ବର୍ତ୍ତମାନ ମୁଁ ନିଜେ ନିଜକୁ ଆଇସୋଲେଟ କରି ରଖିଛି । ଡାକ୍ତରଙ୍କ କହିବା ମୁତାବକ ମୁଁ ଔଷଧ ଠାରୁ ଆରମ୍ଭ କରି ସବୁ କିଛି ମାନି ଚଳୁଛି । ଆପଣମାନଙ୍କ ପ୍ରାର୍ଥନା ମୋ ପାଇଁ ଏକାନ୍ତ କାମ୍ୟ । ମୋ ନିକଟତର ବନ୍ଧୁ ମାନଙ୍କୁ ମୋର ଅଶେଷ ଧନ୍ୟବାଦ ସେମାନେ ମୋତେ ଭୂତାଣୁ ଯୁଦ୍ଧରେ ଲଢିବାକୁ ପ୍ରେରଣା ଦେଇଥିବାରୁ । ଗତ କିଛି ଦିନ ତଳେ ତାଙ୍କ ପିତାଙ୍କର ହୃଦଘାତରେ ପରଲୋକ ହୋଇଥିଲା ।

Spread the love