କୋଭିଡ଼ ସଂକ୍ରମଣକୁ ବନ୍ଦ କରିବା ପାଇଁ ରେଳବାଇ ପକ୍ଷରୁ ପଦକ୍ଷେପ, ୩ଟି ସ୍ୱତନ୍ତ୍ର ଟ୍ରେନ୍ ବାତିଲ

ଭୁବନେଶ୍ୱର : କୋଭିଡ଼ ସଂକ୍ରମଣ ବୃଦ୍ଧି ଦୃଷ୍ଟିରେ ରଖି ଏବଂ ଏହାର ସଂକ୍ରମଣକୁ ବନ୍ଦ କରିବା ପାଇଁ ରେଳବାଇ ପକ୍ଷରୁ ପଦକ୍ଷେପ ନିଆଯାଇ ନିମ୍ନଲିଖିତ ଅନୁଯାୟୀ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ତିନୋଟି ସ୍ୱତନ୍ତ୍ର ଟ୍ରେନ ପରବର୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ କରିବାକୁ ନିଷ୍ପତି ନେଇଛି ।

ବିଶାଖାପାଟନମ୍‌-ରାୟଗଡ଼ା-ବିଶାଖାପାଟନମ୍ ବିଶେଷ ଟ୍ରେନ – ୦୮୫୦୮/୦୮୫୦୭ ବିଶ।।ଖାପାଟନମ୍‌-ରାୟଗଡ଼ା-ବିଶାଖାପାଟନମ୍ ସ୍ପେଶାଲ ବିଶାଖାପାଟନମ୍ ଠାରୁ ୩୦ ଏପ୍ରିଲ ଏବଂ ରାୟଗଡ଼ାଠାରୁ ୧ ମଇ, ୨୦୨୧ ଠାରୁ ବାତିଲ କରାଯାଇଅଛି । ବିଶାଖାପାଟନମ୍‌-ଗୁଣୁପୁର-ବିଶାଖାପାଟନମ୍ ବିଶେଷ ଟ୍ରେନ – ୦୮୫୨୨/୦୮୫୨୧ ବିଶାଖାପାଟନମ୍‌-ଗୁଣୁପୁର-ବିଶାଖାପାଟନମ୍ ଉଭୟ ଦିଗରୁ ୩୦ ଏପ୍ରିଲ, ୨୦୨୧ ଠାରୁ ବାତିଲ ରହିବ । ବିଶାଖାପାଟନମ୍‌-ପଲାସା-ବିଶାଖାପାଟନମ୍ ବିଶେଷ ଟ୍ରେନ – ୦୮୫୩୨/୦୮୫୩୧ ବିଶାଖାପାଟନମ୍‌-ପଲାସା-ବିଶାଖାପାଟନମ୍ ସ୍ପେଶାଲ ବିଶାଖାପାଟନମ୍ ଠାରୁ ୩୦ ଏପ୍ରିଲ ଏବଂ ପଲାସା ଠାରୁ ୧ ମଇ, ୨୦୨୧ ଠାରୁ ବାତିଲ ରହିବ ।

Spread the love