ରାଜ୍ୟ ଗୁଡିକ ଲକ୍‌ଡାଉନ୍‌କୁ ଶେଷ ବିକଳ୍ପ ଭାବେ ବ୍ୟବହାର କରନ୍ତୁ : ମୋଦି

ନୂଆଦିଲ୍ଲୀ : ଦେଶବାସୀଙ୍କ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆରମ୍ଭରେ ପ୍ରଧାନମନ୍ତ୍ରୀ କରୋନାରେ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ପରିବାରଙ୍କୁ ସମବେଦନା ଜଣାଇବା ସହ ଦେଶର ଡାକ୍ତର, ସ୍ୱାସ୍ଥ୍ୟକର୍ମୀମାନଙ୍କୁ କୃତଜ୍ଞତା ଜଣାଇଥିଲେ । ଦେଶର ସ୍ଥିତି ସୁଧାରିବା ପାଇଁ କରୋନା କଟକଣା କଡ଼ାକଡ଼ି କରାଯାଉଛି ବୋଲି କହିବା ସହ ଅମ୍ଳଜାନ ଯୋଗାଣ ନେଇ ଦେଖାଯାଇଥିବା ସମସ୍ୟା ସମ୍ପର୍କରେ ସୂଚନା ଦେଇଥିଲେ । ଦେଶର ଅନେକ ସ୍ଥାନରେ ଅମ୍ଳଜାନର ଚାହିଦା ବୃଦ୍ଧି ପାଇଛି । ଯେଉଁମାନେ ଆବଶ୍ୟକ କରନ୍ତି ସେମାନଙ୍କ ପାଇଁ ଅମ୍ଳଜାନ ଉପଲବ୍ଧ କରାଇବାକୁ କେନ୍ଦ୍ର, ରାଜ୍ୟସରକାର, ବେସରକାରୀ କ୍ଷେତ୍ର ଉଦ୍ୟମ କରୁଛନ୍ତି । ଏହି ଦିଗରେ ଅନେକ ପଦକ୍ଷେପ ନିଆଯାଉଛି ।

ଦେଶରେ ପୁଣି ଥରେ ଲକ୍‌ଡାଉନରୁ ବଂଚାଇବାକୁ ପଡିବ । କରୋନା ମୁକାବିଲା ପାଇଁ ରାଜ୍ୟମାନେ ଲକ୍‌ଡାଉନ ଅପେକ୍ଷା ମାଇକ୍ରୋ କଂଟେନମେଂଟ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କହିଛନ୍ତି । ‘ଆମକୁ ଦେଶକୁ ପୁଣି ଥରେ ଲକ୍‌ଡାଉନରୁ ବଂଚାଇବାକୁ ପଡ଼ିବ । କାରଣ ଆମକୁ କରୋନା ମୁକାବିଲା ସହ ଅର୍ଥନୀତିକୁ ମଧ୍ୟ ସୁଧାରିବାକୁ ପଡ଼ିବ । ମୁଁ ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରିବି ଯେ ସେମାନେନ ଲକଡାଉନକୁ ଅନ୍ତିମ ଅସ୍ତ୍ରଭାବେ ଉପଯୋଗ କରନ୍ତୁ । ଲକ୍‌ଡାଉନ ନ କରି ମାଇକ୍ରୋ କଂଟେନମେଂଟ ଉପରେ ରାଜ୍ୟସରକାରମାନେ ଗୁରୁତ୍ୱ ଦିଅନ୍ତି । ଆମକୁ କରୋନା ମୁକାବିଲା ସହ ଲୋକମାନଙ୍କ ଜୀବନ ଜୀବିକାକୁ ମଧ୍ୟ ବଂଚାଇବାକୁ ପଡ଼ିବ । ପ୍ରବାସୀ ଶ୍ରମିକମାନେ ଯେଉଁ ରାଜ୍ୟରେ କାମ କରୁଛନ୍ତି ସେମାନେ ସେଠାରେ ରହନ୍ତୁ । ରାଜ୍ୟସରକାରମାନେ ମଧ୍ୟ ପ୍ରବାସୀ ଶ୍ରମିକଙ୍କ ସହାୟତା କରନ୍ତୁ । ପ୍ରବାସୀ ଶ୍ରମିକମାନେ ଯେଉଁଠାରେ କାମ କରୁଛନ୍ତି ସେଠାରେ ସେମାନଙ୍କୁ ଟିକା ଦିଆଯିବ । ସରକାରଙ୍କ ଲକ୍ଷ୍ୟ ହେଉଛି ଜୀବନ ବଂଚାଇବା ସହ ଅର୍ଥନୀତିକୁ ମଧ୍ୟ ଯଥାସମ୍ଭବ କମ୍ ହାନୀ ପହଂଚାଇବା ବୋଲି କହିଛନ୍ତି । ଭାରତ ଏବେ ବିଶ୍ୱର ବୃହତମ ଟିକା ଉତ୍ପାଦନକାରୀ ଦେଶ ଓ ଏଠାରେ ବିଶ୍ୱର ଶସ୍ତା ଟିକା ପ୍ରସ୍ତୁତ ହେଉଛି । ଏଣିକି ଦେଦଶରେ ଉତ୍ପାଦିତ ଟିକାର ଅଧା ରାଜ୍ୟସରକାର ଓ ହସ୍‌ପିଟାଲମାନେ କିଣିପାରିବେ । ତେବେ ସରକାରୀ ହସ୍‌ପିଟାଲରେ ପୂର୍ବପରି ମାଗଣାରେ ଟିକା ଦିଆଯିବ ।
ଏହାସହ ସେ କରୋନା ଭୂତାଣୁ ସହ ଲଢ଼ିବା ପାଇଁ ଦେଶରେ ଉତ୍ପାଦନ ଦେଉଥିବା ଔଷଧ ଏବଂ ଟିକା ବିଷୟରେ କହିଥିଲେ । ଡାକ୍ତରଖାନାରେ ଶଯ୍ୟା ସଂଖ୍ୟା ବୃଦ୍ଧି ଏବଂ କୋଭିଡ୍ ହସ୍ପିଟାଲ ସଂଖ୍ୟା ବୃଦ୍ଧି କରାଯାଉଥିବା ବିଷୟରେ ମଧ୍ୟ ଜଣାଇଥିଲେ ପ୍ରଧାନମନ୍ତ୍ରୀ । ଡାକ୍ତରଖାନାଗୁଡ଼ିକରେ ଶଯ୍ୟା ସଂଖ୍ୟା ବୃଦ୍ଧି ପାଇଁ କାର୍ଯ୍ୟ ଚାଲିଛି । କେତେକ ସହରରେ ବୃଡତ୍ କୋଭିଡ୍ ଉତ୍ସର୍ଗୀକୃତ ଡାକ୍ତରଖାନା ନିର୍ମାଣ କରାଯାଉଛି ବୋଲି ସେ କହିଥିଲେ । ଏହାସହ ସେ କହିଥିଲେ, ଯେତେବେଳେ ପ୍ରଥମ ଲହର ଆସିଥିଲା, ସେତେବେଳେ ଆମ ପାଖରେ ରୋଗ ସମ୍ପର୍କରେ କୌଣସି ସୂଚନା ନଥିଲା । ପରୀକ୍ଷା କରାଇବା ଲାଗି ଲାବ୍ରୋଟୋରି ନଥିଲା । ଚିକିତ୍ସା ସମ୍ପର୍କରେ କିଛି ବି ଜଣା ନଥିଲା । ଔଷଧ ବି ଉପଲବ୍ଧ ନଥିଲା । ମାତ୍ର ଏସବୁ କ୍ଷେତ୍ରରେ ଆମେ ଆଜି ଅନେକ ଆଗରେ ରହିଛେି । ଆମର ଗବେଷକମାନେ ଖୁବ୍ କମ୍ ସମୟ ଭିତରେ ଏହାର ଚିକିତ୍ସା ଲାଗି ଔଷଧ ଏବଂ ପ୍ରତିଷେଧକ ଟିକା ପ୍ରସ୍ତୁତ କରିଛନ୍ତି । ଯାହାଫଳରେ ଆଜି ବହୁ ଜୀବନ ବଂଚି ପାରୁଛି । କୋଭିଡ୍ ଟିକାକରଣ ବିଷୟରେ କହିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତରେ ନିର୍ମିତ ୨ଟି ଟିକା ସହିତ ଭାରତ ବିଶ୍ୱର ସର୍ବବୃହତ୍ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଅଦ୍ୟାବଧି ୧୨କୋଟିରୁ ଅଧିକ ଟିକା ଦିଆଯାଇଛି । ଅନ୍ୟପକ୍ଷରେ ମଇ ପହିଲାରୁ ୧ରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଛି । ଏହାପୂର୍ବରୁ ୪୫ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଥିଲା ।

Spread the love