ଏଣିକି ପ୍ରତ୍ୟେକ ସପ୍ତାହରେ ଦୁଇଦିନ ଶ୍ରଦ୍ଧାଳୁଙ୍କ ନିମନ୍ତେ ବନ୍ଦ ରହିବ ଶ୍ରୀମନ୍ଦିର

  • ଆସନ୍ତା ୨୪ ରୁ ଲାଗୁହେବ ନୂଆ ନିର୍ଦ୍ଦେଶ

ପୁରୀ : ଏଣିକି ପ୍ରତ୍ୟେକ ସପ୍ତାହରେ ଶନିବାର ଓ ରବିବାର ଦୁଇଦିନ ଶ୍ରଦ୍ଧାଳୁଙ୍କ ନିମନ୍ତେ ବନ୍ଦ ରହିବ ଶ୍ରୀମନ୍ଦିର । ଏହି ଦୁଇ ଦିନ ସାଧାରଣ ଦର୍ଶନ ବନ୍ଦ ରହିବ । ଆସନ୍ତା ୨୪ ତାରିଖ ଠାରୁ ଏହି କଟକଣା ଲାଗୁ କରାଯିବ । ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

ପୂର୍ବରୁ ମନ୍ଦିର ଭିତର ଓ ବାହାର ସାନିଟାଇଜ୍ ପାଇଁ ସପ୍ତାହରେ ଗୋଟିଏ ଦିନ ରବିବାର ଦିନ ସାଧାରଣ ଦର୍ଶନ ବନ୍ଦ ରହୁଥିଲା । ଏବେ ଏହାକୁ ଦୁଇ ଦିନକୁ ବୃଦ୍ଧି କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଅନୁଷ୍ଠିତ ଏହି ଭର୍ଚୁଆଲ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା, ଏସପି କନୱର ବିଶାଲ ସିଂହ, ଛତିଶା ନିଯୋଗର ମହାନାୟକ ଓ ବିଭିନ୍ନ ସେବାୟତ ନିଯୋଗର ପ୍ରତିନିଧି ମାନେ ଯୋଗ ଦେଇଥିଲେ । ପ୍ରକାଶ ଥାଉ କି, ଗତ ଦୁଇ ଦିନ ତଳେ ଶ୍ରୀମନ୍ଦିର ସହ ଜଡ଼ିତ ୨୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ମନ୍ଦିର ପ୍ରଶାସନ ସୂତ୍ରରୁ ସୂଚନା ମିଳିଥିଲା ।

Spread the love