ରାଜ୍ୟରେ ସ୍ପେଶାଲ ଡ୍ରାଇଭ୍ : ୨୫ ଲକ୍ଷ ଟଙ୍କା ଜରିମାନା ଆଦାୟ

ଭୁବନେଶ୍ୱର : ସ୍ୱତନ୍ତ୍ର କୋଭିଡ୍ କାର୍ଯ୍ୟକାରୀ ଡ୍ରାଇଭରେ ପ୍ରଥମ ଦିନରେ ଓଡ଼ିଶା ପୁଲିସ୍ ମାସ୍କ ବ୍ୟବହାର ତଥା ସାମାଜିକ ଦୂରତା ନିୟମ ଉଲ୍ଲଂଘନ ଅଭିଯୋଗରେ ୯୪୦୦ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସେମାନଙ୍କ ଠାରୁ ମୋଟ୍ ୨୫, ୦୭, ୯୦୦ ହଜାର ଟଙ୍କାର ଜରିମାନା ଆଦାୟ କରିଯାଇଥିଲା । ଗତ ୨୪ ଘଂଟା ମଧ୍ୟରେ, କୋଭିଡ୍ କାର୍ଯ୍ୟକାରୀ ପଦକ୍ଷେପକୁ ତୀବ୍ର କରିବା ପାଇଁ ସମଗ୍ର ରାଜ୍ୟରେ ୧୩୬ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହୋଇଥିବା ଜଣାଯାଇଛି । କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଓଡ଼ିଶା ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି ।

ଉଲ୍ଲେଖ୍ୟଯୋଗ୍ୟ ଯେ ଗତ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କରୋନା ସ୍ଥିତି ସମ୍ପର୍କର୍ରେ ସମୀକ୍ଷା କରିବା ପରେ ୧୦ ଦିନିଆ ସ୍ପେଶାଲ ଡ୍ରାଇଭ୍ କରି ଲୋକଙ୍କୁ ସଚେତନ କରିବାକୁ ପୋଲିସ୍ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବୁଧବାର ଠାରୁ ଆରମ୍ଭ ହୋଇଥିବା ଏହି ସ୍ପେଶାଲ ଡ୍ରାଇଭ୍ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ।

Spread the love