ସ୍ମାର୍ଟଫୋନ୍ ରେଡିଏସନ୍ ଯୋଗୁଁ ଡିଏନଏ ଡ୍ୟାମେଜ୍ ହୋଇପାରେ

ନୂଆଦିଲ୍ଲୀ : ସ୍ମାର୍ଟଫୋନ୍ ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏକ ନୂଆ ଅଧ୍ୟୟନରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଅଧ୍ୟୟନରେ କୁହାଯାଇଛି ଯେ ପ୍ରତି ଦିନ ୧୭ ମିନିଟ୍ ପର୍ଯ୍ୟନ୍ତ ସ୍ମାର୍ଟଫୋନ୍ ଚଲାଇଲେ କ୍ୟାନ୍ସର ଓ ଟ୍ୟୁମରର ସମସ୍ୟା ହୋଇପାରେ । ସ୍ମାର୍ଟଫୋନର ସିଗ୍ନାଲ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ସ୍ମାର୍ଟଫୋନର ସିଗ୍ନାଲ ରେଡିଏସନ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ । ରେଡିଏସନ୍ ଯୋଗୁଁ ଡିଏନଏ ଡ୍ୟାମେଜ୍ ହୋଇପାରେ । ଅଧ୍ୟୟନରେ ସ୍ମାର୍ଟଫୋନରେ ହେଉଥିବା କ୍ଷତିରୁ ରକ୍ଷା ପାଇବା ପାଇଁ କିଛି ଉପାୟ ମଧ୍ୟ ରହିଛି ।

ଡେଲି ମେଲରେ ଛପିଥିବା ଏକ ରିପୋର୍ଟ ଅନୁସାରେ UC Berkeleyର ଅଧ୍ୟୟନରେ କୁହାଯାଇଛି ଯେ ଲଗାତର ୧୦ ବର୍ଷ ପର୍ଯ୍ୟନ୍ତ କେବଳ ୧୭ ମିନିଟ୍ ପର୍ଯ୍ୟନ୍ତ ହ୍ୱାଟ୍ସଆପ୍ ଚଲାଇଲେ କ୍ୟାନ୍ସର ହୋଇପାରେ । ଏହି ସମ୍ଭାବନା ୬୦ ପ୍ରତିଶତ ଲୋକଙ୍କ ମଧ୍ୟରେ ରହିଛି । ୧୦୦୦ ଘଣ୍ଟାରୁ ଅଧିକ ସମୟ ସ୍ମାର୍ଟଫୋନ୍ ବ୍ୟବହାର କଲେ ଶରୀରରେ ଟ୍ୟୁମର ବିକଶିତ ହୋଇପାରେ ।

ରିସର୍ଚ୍ଚରେ କୁହାଯାଇଛି ଯେ ସ୍ମାର୍ଟଫୋନର ସିଗ୍ନାଲରୁ ବାହାରୁଥିବା ରେଡିଏସନ ଆମ ଶରୀରର ସେଲ୍ସକୁ କ୍ଷତି ପହଞ୍ଚାଇଥାଏ । ରେଡିଏସନ୍ ଯୋଗୁଁ ଷ୍ଟ୍ରେସନ୍ ପ୍ରୋଟିନ୍ ସୃଷ୍ଟି ହୋଇଥାଏ ଯାହା ଡିଏନଏକୁ ଡ୍ୟାମେଜ୍ କରିଥାଏ ଏବଂ ଟ୍ୟୁମର ହୋଇଥାଏ । ଅଧ୍ୟୟନରେ ଏହା ପରାମର୍ଶ ଦିଆଯାଇଛି ଯେ ସ୍ମାର୍ଟଫୋନ ବ୍ୟବହାର କମ୍ କରନ୍ତୁ ଏବଂ ଏହାକୁ ନିଜ ଶରୀରରୁ ଦୂରେଇ ରଖନ୍ତୁ ।

Spread the love