ପୋଖରୀରୁ ମିଳିଲା ମହିଳାଙ୍କ କଙ୍କାଳ, ହତ୍ୟା ସନ୍ଦେହ

ଯାଜପୁର : ଯାଜପୁର ସଦର ଥାନା ଜାହାନପୁର ପଞ୍ଚାୟତ ଅନ୍ତର୍ଗତ କପିଳେଶ୍ୱର ଗାଁ ପୋଖରୀରୁ ମିଳିଲା ମହିଳାଙ୍କ କଙ୍କାଳ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗଳିତ ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।

ସୂଚନା ଯେ, ଗୁରୁବାର ସକାଳେ କପିଳେଶ୍ୱର ଗ୍ରାମରେ ଥିବା ଏକ ପୋଖରୀରେ ଜଣେ ମହିଳାଙ୍କ କଙ୍କାଳ ପଡିଥିବା ଦେଖିବାକୁ ପାଇଥିଲେ । ମହିଳାଙ୍କ କଙ୍କାଳରେ ଓଢ଼ଣିଟିଏ ବନ୍ଧା ହୋଇଛି । ତାଙ୍କର ବୟସ ପ୍ରାୟ ୩୦/୩୫ ମଧ୍ୟରେ ହେବ ବୋଲି ମନେହେଉଛି। ପ୍ରାୟ ମାସକ ତଳେ କେହି ଉକ୍ତ ମହିଳାଙ୍କୁ ହତ୍ୟା କରିବା ପରେ ତାଙ୍କର ଶବଟିକୁ ଜଳପୂର୍ଣ୍ଣ ପୋଖରୀରେ ଫିଙ୍ଗି ଦିଆଯାଇଥିବା ଅନୁମାନ କରାଯାଉଛି। ମାତ୍ର ଏବେ ପୋଖରୀରେ ପାଣି ଶୁଖିଯିବାରୁ ତାହା ଜଣାପଡିଛି । ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି ।

Spread the love