ଆଜି ଓ ଆସନ୍ତାକାଲି କରଞ୍ଜିଆରେ ଦୋକାନ ବଜାର ବନ୍ଦ

କରଞ୍ଜିଆ : ରାଜ୍ୟରେ ଦିନକୁ ଦିନ କରୋନା ପ୍ରଭାବ ବଢିଚାଲିଛି । ଆକ୍ରାନ୍ତଙ୍କ ରୋଗୀ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆରେ ଏନଏସିରେ କରୋନା ସ୍ଥିତି ଚିନ୍ତାଜନକ ରହିଛି । ବଢୁଥିବା କରୋନା ସଂକ୍ରମଣକୁ ଦେଖି କରଞ୍ଜିଆ ସହରର ସମସ୍ତ ଦୋକାନ ବଜାର ଆଜିଠୁ ୨ଦିନ ପାଇଁ ବନ୍ଦ କରିବାକୁ କରଞ୍ଜିଆ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛି ।

ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆରେ କରୋନା କାୟା ବିସ୍ତାର କରୁଛି । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଦୁଇଦିନରେ ତିନୋଟି ମୁଣ୍ଡ ଗାଡିସରିଲାଣି । ତେଣୁ ଗତକାଲି ଉପଜିଲାପାଳଙ୍କ ସମିଳନୀ କକ୍ଷରେ ବଣିକସଂଙ୍ଘ ସହିତ ପ୍ରଶାସନ ଅଧିକାରୀ ମାନଙ୍କ ଏକ ଜରୁରୀ ବୈଠକ ବସିଥିଲା । କରୋନା ସ୍ଥିତି ନେଇ ଆଲୋଚନା ପରେ ବ୍ୟବସାୟୀ ସଂଘ ୨ ଦିନ ପାଇଁ ଦୋକାନ ବଜାର ବନ୍ଦ ରଖିବାକୁ କହିଛି । ନିଷ୍ପତି କ୍ରମେ ଆଜି ସକାଳ ୬ଟା ଠାରୁ ଆସନ୍ତାକାଲି ସନ୍ଧ୍ୟା ୬ଟା ଯାଏଁ ଲକଡାଉନ କରାଯାଇଛି । କରଞ୍ଜିଆ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଏହି ବନ୍ଦକୁ କରଞ୍ଜିଆ ବଣିକ ସଙ୍ଘ ଏବଂ ବିଭିନ୍ନ ସଂଗଠନ ତରଫରୁ ସମ୍ପୂର୍ଣ ରୂପେ ସହଯୋଗ କରାଯାଇଥିବା ଦେଖିବାକୁ ମିଳିଛି । ବନ୍ଦ ସମୟରେ ଜରୁରୀ ସେବା ଜାରି ରହିଛି । ସୂଚନା ଯେ, ସୋମବାର ସୁଦ୍ଧା କରଞ୍ଜିଆ ଏନ୍‌ଏସି ଅଞ୍ଚଳରେ କୋଭିଡ଼ ସଂକ୍ରମିତଙ୍କ ସଂଖ୍ୟା ୧୨୩ରେ ପହଞ୍ଚିଥିବା ବାଳେ ଗତ ୨ଦିନରେ ୨ଜଣଙ୍କର କରୋନାରେ ମୃତ୍ୟୁ ହୋଇସାରିଲାଣି । ତେଣୁ ସଂକ୍ରମଣ ଚେନ୍‌କୁ ଭାଙ୍ଗିବା ପାଇଁ ସ୍ଥାନୀୟ ପ୍ରଶାସନର ସହାୟତାରେ କଟକଣା ଲଗାଇଛି କରଞ୍ଜିଆ ବ୍ୟବସାୟୀ ସଂଘ ।ଏହି ବନ୍ଦରେ କେବଳ ସହରର ସମସ୍ତ ଦୋକାନ ବଜାର ସାମିଲ କରାଯାଇଥିବା ବେଳେ ଏହି ବନ୍ଦରୁ ଜରୁରୀକାଳୀନ ସେବା, ବସ ଚଳାଚଳ ଏବଂ ସମସ୍ତ ସରକାରୀ କାର୍ଯ୍ୟାଳୟ ବାଦ ଦିଆଯାଇଛି ।

Spread the love