ଆଜି ଶାହାଙ୍କ ତାମିଲନାଡୁ-କେରଳ ଗସ୍ତ

କନ୍ୟାକୁମାରୀ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ପାରା ଚଢ଼ିଥିବା ବେଳେ ଦେଶର ଅନ୍ୟ ୪ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପାଇଁ ମଧ୍ୟ ନେତାମାନେ ବ୍ୟସ୍ତ ଅଛନ୍ତି । ଏହି କ୍ରମରେ ଯେଉଁ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳରେ ନିର୍ବାଚନ ହେବାକୁ ଯାଉଛି, ଏଥିରୁ ୩ଟ ଦକ୍ଷିଣ ଭାରତରେ ରହିଛି । କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ ଶାହା ଆଜି ନିର୍ବାଚନ ପ୍ରଚାର ପାଇଁ ତାମିଲନାଡୁ ଓ କେରଳ ଗସ୍ତ କରୁଛନ୍ତି ।

ଭାରତୀୟ ଜନତା ପାର୍ଟି କେରଳ ଓ ତାମିଲନାଡୁରେ ନିଜର ଆଧିପତ୍ୟ ବିସ୍ତାର କରିବା ଲାଗି ଉଦ୍ୟମ କରିଛି । ଅମିତ ଶାହା ନିଜର ଆଜିର ଅଭିଯାନ କନ୍ୟାକୁମାରୀ ଠାରୁ ଆରମ୍ଭ କରିବେ । ଏଥି ପାଇଁ ସେ କନ୍ୟାକୁମାରୀରେ ସେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିବେ । ଆଜି ସକାଳ ସାଢ଼େ ୧୦ଟାରେ ସୁଚିନ୍ଦ୍ରମ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବେ । ଏହା ପରେ ନିଜର ଅଭିଯାନ’ବିଜୟ ସଂକଳ୍ପ ମହାସଂପର୍କ’ କରିବେ । ସୁଚିନ୍ଦ୍ରମ ଟାଉନରେ କିଛି ସମୟ ରହିବା ପରେ ପ୍ରାୟ ୧୧ଟାରେ ଏକ ରୋଡ ଶୋ’ କରିବେ । ସେହିପରି ଅପରାହ୍ନରେ କନ୍ୟାକୁମାରୀରେ ଏକ ହୋଟେଲରେ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେବେ । ଏହା ପରେ ଶାହା କେରଳ ଅଭିମୁଖେ ବାହାରିବେ । କେରଳର ତ୍ରିବେନ୍ଦ୍ରପୁରମରେ ଶ୍ରୀ ରାମକୃଷ୍ଣ ମଠ ଯିବେ ଅମିତ ଶାହା । ଏହା ପରେ ସନ୍ଧ୍ୟା ୬ଟାେରେ ପାର୍ଟିର କେରଳ ବିଜୟ ଯାତ୍ରାରେ ଅଂଶଗ୍ରହଣ କରିବେ । ଏହି ଯାତ୍ରା ସମୟରେ ଶାହା ବିଶାଳ ରାଲିକୁ ସମ୍ବୋଧିତ କରିବେ ।

Spread the love