ଢେଙ୍କାନାଳ ସିଭିଲ କୋର୍ଟ ପରିସରରୁ ୫ କୋଭିଡ ପଜିଟିଭ ଚିହ୍ନଟ ପରେ ୭ ଦିନ ପାଇଁ ସିଲ୍

ଢେଙ୍କାନାଳ : ଢେଙ୍କାନାଳରେ ଲକଡାଉନ ଓ ସପ୍ତାହନ୍ତ ସଟଡାଉନ ଜାରି ରହିଥିଲେ ମଧ୍ୟ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଢେଙ୍କାନାଳ ସିଭିଲ କୋର୍ଟ ପରିସରରୁ ୫ ଜଣ କୋଭିଡ ପଜିଟିଭ ଚିହ୍ନଟ ପରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀ ପଦକ୍ଷେପ ଗ୍ରହଣ କରାଯାଇଛି । ସିଭିଲ କୋର୍ଟ ପରିସରକୁ ଆଜି ଠାରୁ ୭ଦିନ ପାଇଁ ସିଲ୍ କରାଯାଇଛି। ଏ ନେଇ ଜିଲ୍ଲାପାଳ ଭୂପେଶ ଚନ୍ଦ୍ର ବେହେରା ରବିବାର ଘୋଷଣା କରିଛନ୍ତି। ସାନିଟାଇଜ କରିବା ସହ ଆଜିଠାରୁ ଆସନ୍ତା ୨୩ ତାରିଖ ଯାଏଁ ଢେଙ୍କାନାଳ ସିଭିଲ କୋର୍ଟକୁ ସିଲ୍ କରାଯାଇଛି।

Spread the love