ସାଇ ଇଣ୍ଟରନାସନାଲ ସ୍କୁଲର ମନମୁଖୀ କାର୍ଯ୍ୟରେ ଅତିଷ୍ଠ ଅବିଭାବକ |

ଦୀର୍ଘଦିନ ଧରି ସାଇ ଇଣ୍ଟରନାସନାଲ ସ୍କୁଲ ଓ ଅଭିଭାବକ ମାନଙ୍କ ମଧ୍ୟରେ ଚାଲିଥିବା ଦ୍ୱନ୍ଦ ଥମିବାର ନା ନେଉନି | ଗତ 9 ତାରିଖ ଦିନ ସାଇ ଇଣ୍ଟରନାସନାଲ ସ୍କୁଲ ର କିଛି ଅଭିଭାବକ ମାନେ ସ୍କୁଲର ଅଧକ୍ଷଙ୍କ ସହ ପିଲାଙ୍କ online class ଉପରେ ଆଲୋଚନା କରିବା ପାଇଁ ଯାଇଥିଲେ ମଧ୍ୟ ଅଧକ୍ଷଙ୍କ ସହ ଦେଖା ହେବାର ସୁଯୋଗ ପାଇ ପାରି ନଥିଲେ | ଅଭିଭାବକ ମାନଙ୍କ କହିବା ଅନୁଯାଇ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଦେଇଥିବା ନିର୍ଦେଶନାମାଙ୍କୁ ସ୍କୁଲ କତ୍ତୃପକ୍ଷ ଉଲଂଘନ କରୁଛନ୍ତି ଓ ଯେଉଁ ପିଲାଙ୍କ ଅଭିଭାବକ ସ୍କୁଲ ଫି ପୂର୍ଣ୍ଣ ବା ଆଂଶିକ ପୈଠ କରିନାହାନ୍ତି, ସେମାନଙ୍କ ପିଲା ମାନଙ୍କୁ online class ରୁ ବଂଚିତ କରାଯାଉଛି, ତା ଛଡା କୋଭିଡ 19 ଠାରୁ ମାନ୍ୟବର ଉଚ୍ଚ ନ୍ୟୟାଳୟ ଙ୍କ ନିର୍ଦ୍ଧେଶରେ ସରକାରଙ୍କ ସ୍ଥିରୀକୃତ ଦରମା ଛାଡ କରାଯାଉନାହିଁ | ଯାହା ସମ୍ପୂର୍ଣ ଭାବେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ନିଷ୍ପତିକୁ ଅବମାନନା କରୁଛି |
ଉପସ୍ଥିତ ସମସ୍ତ ଅଭିଭାବକ ବୃନ୍ଦ ମିଳିତଭାବେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ସେମାନଙ୍କର ଦାବି ପୂରଣ କରିବା ସଂଗେ ସଂଗେ ସ୍କୁଲ କତ୍ତୃପକ୍ଷଙ୍କ ଉପରେ ଆଇନୀ ଅମାନ୍ୟ ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ | ଆସନ୍ତୁ ଦେଖିବା କଣ କହୁଛନ୍ତି ଅଭିଭାବକ |

Spread the love