ଜରୁରୀକାଳୀନ ବ୍ୟବହାର ପାଇଁ ଋଷର ଟୀକା ‘ସ୍ପୁଟନିକ-ଭି’ ଅନୁମୋଦନ ପାଇଁ ମଞ୍ଜୁରୀ

  • ବିଶେଷଜ୍ଞ କମିଟି ବୈଠକରେ ଅନୁମୋଦନ

ନୂଆଦିଲ୍ଲୀ : ଦେଶରେ କରୋନା ବଢ଼ୁଥିବା ସମୟରେ ଏକ ଭଲ ଖବର ଆସିଛି । କରୋନାରୁ ରକ୍ଷା ପାଇବା ପାଇଁ ସୋମବାର ଦିନ ଆଉ ଏକ ଟୀକା ‘ସ୍ପୁଟନିକ-ଭି’ କୁ ବିଶେଷଜ୍ଞ କମିଟି ଦ୍ୱାରା ମଂଜୁର କରାଯାଇଛି । ପୂର୍ବରୁ ଦେଶରେ କୋଭାକସିନ ଓ କୋଭାସିଲ୍ଡ ବ୍ୟବହାର ହୋଇସାରିଛି । ଏହା ବ୍ୟତୀତ ‘ସ୍ପୁଟନିକ-ଭି’ ତୃତୀୟ ଟିକା, ଯାହାକୁ ପ୍ରୟୋଗ କରିବା ପାଇଁ ମଂଜୁରି ମିଳିଛି ।

ବିଶେଷଜ୍ଞ କମିଟିଙ୍କ ଦ୍ୱାରା ସୋମବାର ଦିନ ବୈଠକ ବସିଥିଲା । ଯେଉଁଥିରେ ରୁଷ ଟିକା ‘ସ୍ପୁଟନିକ-ଭି’ ପରୀକ୍ଷାର ସମୀକ୍ଷା କରାଯାଇଥିଲା । କୁହାଯାଇଛି ଯେ, ‘ସ୍ପୁଟନିକ-ଭି’ ଭାରତ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ଲୋଡ଼ିଛି । ରୁଷିଆ କମ୍ପାନୀ ଦାବି କରିଛି ଯେ, ସ୍ଫୁଟନିକ ବି୯୧.୬ ପ୍ରତିଶତ ପ୍ରଭାବଶାଳୀ । ରୁଷର କମ୍ପାନୀ ‘ସ୍ପୁଟନିକ-ଭି’ ଡ. ରେଡ଼ି ଲାବ ସହିତ ମିଶି ପରୀକ୍ଷା କରିଛନ୍ତି ଏବଂ ଏହାସହିତ ଉତ୍ପାଦନ ମଧ୍ୟ ଜାରି ରହିଛି ।

Spread the love