୪୨ ଲକ୍ଷ ଚାଷୀ ଙ୍କ ଖାତାକୁ ଗଲା ୯୨୦ କୋଟି କାଳିଆ ଟଙ୍କା

  • କାଳିଆ ଯୋଜନା ଚାଷୀ ଙ୍କ ମୁହଁ ରେ ହସ ଆଣିଛି , ଋଣ ଭାର ଲାଘବ କରିଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଅକ୍ଷୟ ତୃତୀୟା ପୂର୍ବରୁ ଚାଷୀଙ୍କ ଖାତାକୁ ଯାଇଛି କାଳିଆ କିସ୍ତି । ମୋଟ ୯୨୦ କୋଟି ଟଙ୍କା ପ୍ରଦାନ କରାଯାଇଥିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖରିଫ ଋତୁ ପାଇଁ ଏହି ଟଙ୍କା ପଠାଯାଇଥିବା ବେଳେ ଏଥିରୁ ୪୨ ଲକ୍ଷ ଚାଷୀ ଉପକୃତ ହେବେ । ରାଜ୍ୟର ଛୋଟ ଚାଷୀ ,ନାମ ମାତ୍ର ଚାଷୀ ,ଓ ଭୂମି ହୀନ ଚାଷୀ ପରିବାର ସମସ୍ତେ ଏହି କାଳିଆ ଯୋଜନା ର ସହାୟତା ପାଇ ଏହାକୁ ଚାଷ କାମରେ ତଥା ଜୀବନ ଜୀବିକାର ଉନ୍ନତି ରେ ଲଗେଇବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀଙ୍କ ପାଇଁ ସାରା ଦେଶରେ କାଳିଆ ଯୋଜନା ସବୁଠାରୁ ଭଲ ଯୋଜନା । ଏହି ଯୋଜନା ଚାଷୀ ମୁହଁ ରେ ହସ ଆଣିଛି । ଚାଷୀର ଋଣ ଭାର ଲାଘବରେ ମଧ୍ୟ ଏହା ସହାୟକ ହୋଇଛି । ଚାଷୀ ଙ୍କ ତ୍ୟାଗ ର ଉଚ୍ଚ ପ୍ରଂଶସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀ ଆମର ଗର୍ବ ଓ ଗୌରବ । ଦେଶ ଓ ସମାଜ ପାଇଁ ଚାଷୀର ତ୍ୟାଗର ତୁଳନା ନାହିଁ ।ଗତବର୍ଷ କୋଭିଡ଼ ସମୟରେ ଚାଷୀ ହି ଅର୍ଥନୀତି କୁ ସଜୀବନୀ ପରି ଶକ୍ତି ଦେଇଥିଲା ।ତେଣୁଚାଷୀର ତ୍ୟାଗ ର ମୂଲ୍ୟ କେହି ଦେଇ ପାରିବ ନାହିଁ । \”ମୋ ରାଜ୍ୟର ଚାଷୀ ,ଭଲରେ ରହୁ । ତାର ରୋଜଗାର ବଢୁ ତା ପରିବାରରେ ସମୃଦ୍ଧି ଆସୁ ।ଏଥିପାଇଁ ମୁଁ କାମ କରୁଛି ଓ କରିଚାଲିବି ।
କୋଭିଡ଼ ସମ୍ପର୍କରେ ସଚେତନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏବେ ଆମେ କୋଭିଡ଼ ସକ୍ରମଣର ଦ୍ୱିତୀୟ ଲହର ର ସାମନା କରୁଛେ । ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ଲକ୍ ଡାଉନ ଚାଲିଛି ।କିନ୍ତୁ କୃଷି ଷେତ୍ର ପାଇଁ କୌଣସି ଲକ୍ ଡାଉନ ନାହିଁ । ତେଣୁ ଚାଷୀ ଭାଇମାନେ କୋଭିଡ଼ ନିୟମ ମାନି ଚାଷ କାମ ଜାରି ରଖିବା ସହିତ ସରକାର ଙ୍କ ବିଭିନ୍ନ କୃଷି ବିକାଶ ଯୋଜନା ର ସୁଯୋଗ ମଧ୍ୟ ନେବା ସେ ପାଇଁ ଆହ୍ୱାନ ଜଣାଇଥିଲେ ।ଶେଷ ରେ ,ଚଳିତ ବର୍ଷ ପାଇଁ ଭଲ ପାଗ ,ଭଲ ଫସଲ ଓ ଚାଷୀ ପରିବାରର ସମୃଦ୍ଧି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା ସହ ମୁଖ୍ୟମନ୍ତ୍ରୀ ସରକାରଙ୍କ କୋଭିଡ଼ ନିୟମକୁ କଡାକଡି ଭାବରେ ପାଳନ କରିବା ପାଇଁ ସମସ୍ତ ଙ୍କୁ ପୁଣି ଥରେ ନିବେଦନ କରିଥିଲେ ।
ସୂଚନାଯୋଗ୍ୟ ଯେ କାଳିଆ ଯୋଜନା ରାଜ୍ୟ ସରକାରଙ୍କ ଶ୍ରେଷ୍ଠ କୃଷି କଲ୍ୟାଣ ଯୋଜନା । ଏହି ଯୋଜନା ରେ ଲଷ ଲଷ ଛୋଟ ଚାଷୀ ,ନାମ ମାତ୍ର ଚାଷୀ ଓ ଭୂମି ହୀନ ଚାଷୀ ପରିବାର ଉପକାର ପାଉଛନ୍ତି । କାଳିଆ ସହାୟତାରେ ଚାଷୀ କୃଷି ସାମଗ୍ରୀ କିଣବା ବେଳ ଭୂମି ହୀନ ଚାଷୀ ଛେଳି କୁକୁଡ଼ା ବତକ ପାଳନ ଆଦିରେ ବିନିଯୋଗ କରି ତା ପରିବାର ର ରୋଜଗାର ବଢାଇଥାଏ । ଏହି କାର୍ଯ୍ୟକ୍ରମ ରେ କୃଷି ଓ କୃଷକ ସଶକ୍ତିକରଣ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ଅରୁଣ ସାହୁ ,କାଳିଆ ଯୋଜନା କିପରି କୋଭିଡ଼ ସମୟରେ ଚାଷୀ ପରିବାର ପାଇଁ ଉପାଦେୟ ସାବ୍ୟସ୍ତ ହୋଇପାରିଛି ତା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ, ମୁଖ୍ୟମନ୍ତ୍ରୀଙ୍କ କାର୍ଯାଳୟର ମୁଖ୍ୟ ପରାମର୍ଶ ଦାତା.ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

 

Spread the love