ରାଜ୍ୟରେ ୨୪ ଘଂଟାରେ ୧୦୨୪୨ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ ଆଜି କରୋନାରୁ ୧୦ ହଜାର ୨୪୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୩୬ ହଜାର ୫୯୫କୁ ବୃଦ୍ଧି ପାଇଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୧୮ ଜଣ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୯୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକରୁ ୮୮୭, ପୁରୀରୁ ୭୦୭, ସମ୍ବଲପୁରରୁ ୬୪୧, କଳାହାଣ୍ଡିରୁ ୪୬୫, ବରଗଡ଼ରୁ ୪୪୮, ଅନୁଗୁଳରୁ ୪୩୮, ଝାରସୁଗୁଡ଼ାରୁ ୩୩୧, ବାଲେଶ୍ୱରରୁ ୩୦୧, ନବରଂଗପୁରରୁ ୨୯୧, ବଲାଙ୍ଗୀରରୁ ୨୭୩, ନୟାଗଡ଼ରୁ ୨୫୪, ଯାଜପୁରରୁ ୨୨୨, ନୂଆପଡ଼ାରୁ ୨୧୪ ଓ ମୟୂରଭଂଜରୁ ୨୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଗଂଜାମ ଜିଲ୍ଲାରୁ ୧୯୫, ସୁବର୍ଣ୍ଣପୁରରୁ ୧୭୯, କେନ୍ଦୁଝରରୁ ୧୭୭, ଢେଙ୍କାନାଳରୁ ୧୬୭, କେନ୍ଦ୍ରାପଡ଼ାରୁ ୧୫୮, ଜଗତସିଂହପୁରରୁ ୧୩୭, ଦେବଗଡ ଓ ରାୟଗଡ଼ାରୁ ୧୩୬ ଜଣ ଲେଖାଏଁ, କୋରାପୁଟରୁ ୧୨୨, ଗଜପତିରୁ ୧୧୬, ବୌଦ୍ଧରୁ ୧୧୩, ଭଦ୍ରକ ଓ କନ୍ଧମାଳରୁ ୧୦୦ ଜଣ ଲେଖାଏଁ, ମାଲକାନଗିରିରୁ ୯୪ ଓ ରାଜ୍ୟପୁଲରୁ ୨୭୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Spread the love