ଷ୍ଟ୍ରପତି ଜୋ ବାଇଡେନ୍ ଶୁକ୍ରବାର ଦିନ ଲସ ଏଞ୍ଜେଲ୍ସର ମେୟର ଏରିକ ଗାରସେଟୀଙ୍କୁ ଭାରତରେ ଆମେରିକାର ରାଷ୍ଟ୍ରଦୂତ ଭାବରେ ନାମିତ କରିଛନ୍ତି

ଓ୍ବାଶିଂଟନ: ରାଷ୍ଟ୍ରପତି ଜୋ ବାଇଡେନ୍ ଶୁକ୍ରବାର ଦିନ ଲସ ଏଞ୍ଜେଲ୍ସର ମେୟର ଏରିକ ଗାରସେଟୀଙ୍କୁ ଭାରତରେ ଆମେରିକାର ରାଷ୍ଟ୍ରଦୂତ ଭାବରେ ନାମିତ କରିଛନ୍ତି । ହ୍ବାଇଟ୍ ହାଉସ ଏକ ବିବୃତ୍ତିରେ ଏହି ସୂଚନା ଦେଇଛି ।

ଆମେରିକାର ସଂସଦର ଉଚ୍ଚ ସଦନ ସିନେଟର ଅନୁମୋଦନ ପରେ ୫୦ ବର୍ଷିୟ ଗାରସେଟୀ ବର୍ତ୍ତମାନର ରାଷ୍ଟ୍ରଦୂତ କେନେଥ ଜଷ୍ଟରଙ୍କ ଉତ୍ତରାଧିକାରୀ ହେବେ। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମୟରେ ଜଷ୍ଟରଙ୍କୁ ଭାରତରେ ଆମେରିକାର ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରାଯାଇଥିଲା । ଏହି ସପ୍ତାହ ପୂର୍ବରୁ ଜଷ୍ଟରଙ୍କୁ ବୈଦେଶିକ ସମ୍ପର୍କ ପରିଷଦର ଜଣେ ବିଶିଷ୍ଟ ଫେଲୋ ଭାବରେ ନିଯୁକ୍ତ କରାଯାଇଥିଲା ।

ଅନ୍ୟାନ୍ୟ ରାଷ୍ଟ୍ରଦୂତଙ୍କ ସହ ତାଙ୍କ ନାମାଙ୍କନ ଘୋଷଣା କରି ହ୍ବାଇଟ ହାଉସ କହିଛି ଯେ ଏରିକ ଏମ ଗାରସେଟି ୨୦୧୩ ମସିହାରୁ ଲସ ଏଞ୍ଜେଲସ ସହରର ମେୟର ରହିଆସିଛନ୍ତି ଏବଂ ଏକ ଚମତ୍କାର ଅଭିଜ୍ଞତା ରହିଛି ତାଙ୍କ ପାଖରେ ।

ଗାର୍କେଟୀ ଏକ ବିବୃତ୍ତିରେ କହିଛନ୍ତି ଯେ ଆଜି ରାଷ୍ଟ୍ରପତି ଘୋଷଣା କରିଛନ୍ତି ଯେ ମୁଁ ଭାରତରେ ଆମେରିକାର ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରିବାକୁ ତାଙ୍କ ନାମାଙ୍କନ ଅଟେ । ଏହି ଭୂମିକାରେ ସେବା କରିବା ପାଇଁ ତାଙ୍କ ନାମାଙ୍କନ ଗ୍ରହଣ କରି ମୁଁ ଗର୍ବିତ ।

Spread the love