ବ୍ରହ୍ମପୁର ଏମକେସିଜି ମେଡିକାଲରେ ବିରଳ ଶିଶୁ କନ୍ୟା ଜନ୍ମ

ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜି ମେଡିକାଲରେ ବିରଳ ଶିଶୁ କନ୍ୟା ଜନ୍ମ ।  ବୁଧବାର ୨ଟା ୪୦ମିନିଟ୍ ରେ ଏମକେସିଜି ମେଡିକାଲରେ ଏଭଳି ବିରଳ ଶିଶୁ  ଜନ୍ମ ଗ୍ରହଣ କରିଛି ।  ଡାକ୍ତରଙ୍କ କହିବା ଅନୁସାରେ ପ୍ରତି ୪  ଲକ୍ଷ ଶିଶୁଙ୍କ ମଧ୍ୟରେ ଏଭଳି ଛୁଆ ଜନ୍ମ ହୋଇଥାନ୍ତି ।  ତେବେ ଏମାନେ ଅଧିକ ସମୟ ବଞ୍ଚି ପାରନ୍ତି ନାହିଁ ।  ଅତି ବେଶୀରେ ଗୋଟିଏ କିମ୍ବା ଦୁଇ ଦିନ ବଞ୍ଚନ୍ତି ।  ମାତ୍ର ବର୍ତ୍ତମାନ ସୁଦ୍ଧା ଶିଶୁଟିର ଅବସ୍ଥା ସ୍ଥିର ଅଛି । ଡାକ୍ତରମାନେ ଶିଶୁ ଉପରେ ନଜର ରଖିଛନ୍ତି ।  ଶିଶୁଟି ପାଟକୁରା ଅଞ୍ଚଳର ଜଣେ ମହିଳାଙ୍କର ବୋଲି ଜଣାପଡିଛି । ଏହିଭଳି ଜନ୍ମିତ ଶିଶୁକୁ ମେଡିକାଲ ଶବ୍ଦରେ ହାର୍ଲିକୁଇନ୍ ଇକଥୋଷିସ ବୋଲି କୁହା ଯାଉଛି ।

Spread the love