ପୁରୀକୁ ୫ଟି ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କର କୋଭିଡ୍ ଟେଷ୍ଟ ହେବା ବାଧ୍ୟତାମୂଳକ

ପୁରୀ : ପୁରୀ ଜିଲାରେ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପୁରୀକୁ ୫ଟି ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ କଟକଣା ଲଗାଯାଇଛି । ୫ଟି ରାଜ୍ୟ ହେଉଛି ଛତିଶଗଡ଼, ମଧ୍ୟପ୍ରଦେଶ, କେରଳ, ପଞ୍ଜାବ ଓ ମହାରାଷ୍ଟ୍ର । ଏହି ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କଟକଣା ଲାଗୁ କରାଯାଇଛି ।

ସେହିପରି ୭୨ ଘଣ୍ଟା ପୂର୍ବର କୋଭିଡ୍ ନେଗେଟିଭ୍ ରିପୋର୍ଟ ଥିଲେ ମିଳିବ ହୋଟେଲରେ ପ୍ରବେଶ ଅନୁମତି । କୋଭିଡ୍ ଟେଷ୍ଟ ହେବା ବାଧ୍ୟତାମୂଳକ । ହୋଟେଲ୍ ଆସୋସିଏସନ ସହିତ କରୋନା କଟକଣା ନେଇ ଜିଲ୍ଲା ପ୍ରଶାସନର ବୈଠକ ପରେ ଏଭଳି ନିଷ୍ପତ୍ତି ହୋଇଛି । ଏ ନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ଯେଉଁ ପର୍ଯ୍ୟଟକମାନେ ସାଥୀରେ ନେଗେଟିଭ ରିପୋର୍ଟ ଆଣି ନ ଥିବେ ସେମାନଙ୍କୁ ୭ ଦିନ ପର୍ଯ୍ୟନ୍ତ ହୋମ ଆଇସୋଲେଶନରେ ରହିବାକୁ ପଡ଼ିବ। ୫ଟି ରାଜ୍ୟ ହେଉଛି ଛତିଶଗଡ଼, ମଧ୍ୟପ୍ରଦେଶ, କେରଳ, ପଞ୍ଜାବ ଓ ମହାରାଷ୍ଟ୍ର । ଏହି ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କଟକଣା ଲାଗୁ କରାଯାଇଛି । ୭୨ ଘଣ୍ଟା ପୂର୍ବର କୋଭିଡ୍ ନେଗେଟିଭ୍ ରିପୋର୍ଟ ଥିଲେ ମିଳିବ ହୋଟେଲରେ ପ୍ରବେଶ ଅନୁମତି । ଅନ୍ୟପଟେ ପର୍ଯ୍ୟଟକ ଟିକା ନେଇଥିଲେ କଟକଣା ଲାଗୁ ହେବନି ବୋଲି ସୂଚନା ମିଳିଛି । କଟକଣା ଅବମାନନା କରୁଥିବା ହୋଟେଲ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ସେହିଭଳି ଆଜି ଠାରୁ ଟ୍ରେନ ମାଧ୍ୟମରେ ବାହାରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ ନଜର ରଖାଯାଇଥିବା କୁହାଯାଇଛି । ଯାତ୍ରୀମାନେ ପୁରୀ ରେଳ ଷ୍ଟେସନରେ ପହଂଚିବା ପରେ ଟ୍ରେନ ଟିକେଟ ଅନୁଯାୟୀ ସେମାନଙ୍କ ସ୍ୱାବ ସଂଗ୍ରହ କରାଯାଉଛି । ଆଜି ସକାଳୁ ଯେଉଁ ସବୁ ଟ୍ରେନ ଆସିଛି ସେଥିରେ ଥିବା ଯାତ୍ରୀମାନଙ୍କ ସ୍ୱାବ ସଂଗ୍ରହ କରାଯାଇଛି । ସୂଚନା ଯେ, ପୁରୀରେ ଗତ ଶନିବାର ୧୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ରବିବାର ୧୪, ସୋମବାର ୧୬ ଏବଂ ମଙ୍ଗଳବାର ଗତ ୨୪ ଘଣ୍ଟା ମଧ୍ୟରେ ୨୪ ଜଣ ଆକ୍ରାନ୍ତ ଠାବ ହୋଇଥିବା ଜଣାପଡିଛି।

Spread the love