ପୁରୀ ବାସୀଙ୍କ ପାଇଁ ଜୁଲାଇ ୧0 ଶନିବାର ସପ୍ତହନ୍ତା ସଡ଼ଡାଉନ କୋହଳ

ପୁରୀ : ଜୁଲାଇ ୧୧ ତାରିଖ ରାତି ଆଠଟାରୁ ସହରରେ ରଥଯାତ୍ରା ପୂର୍ବରୁ କର୍ଫ୍ୟୁ ଜାରି ରହିବ । ଏହି କଟକଟା ଜୁଲାଇ ୧୩ ତାରିଖ ରାତି ୮ଟା ଯାଏ ବଳବତ୍ତର ରହିବ । ଏହି ପୃଷ୍ଠଭୂମିରେ ପୁରୀବାସୀଙ୍କ ସୁବିଧା ନିମନ୍ତେ ଚଳିତ ସପ୍ତାହର ଦୁଇଦିନିଆ ସପ୍ତାହାନ୍ତ ଲକ୍‌ ଡାଉନ ଆଦେଶରୁ ରାଜ୍ୟ ସରକାର ଶନିବାର ଦିନକୁ ବାଦ ଦେଇଛନ୍ତି ।

ପୁରୀ ସହରବାସୀଙ୍କ ଦୈନନ୍ଦିନ ବଜାର ସଉଦା ତଥା ଅନ୍ୟ କାର୍ଯ୍ୟ ନିମନ୍ତେ ଶନିବାର ଲକ୍‌ଡାଉନ କୋହଳ ବେଶ ସହାୟକ ହେବ ବୋଲି ଜିଲ୍ଲା ପ୍ରଶାସନ ଏକ ବିଜ୍ଞପ୍ତି ଜାରି କରିଛି । ଉପଜିଲ୍ଲପାଳ ଭବତାରଣ ସାହୁ ଏହି ମର୍ମରେ ଏକ ନୋଟିସ ଜାରି କରିଛନ୍ତି । ଚଳିତ ସପ୍ତାହର ସପ୍ତାହାନ୍ତ ଲକ୍‌ଡାଉନ ଶନିବାର ଦିନ ହେବ ନାହିଁ ବୋଲି ଏହି ବିଜ୍ଞପ୍ତିରେ ସହରବାସୀଙ୍କୁ ସୂଚୀତ କରାଯାଇଛି ।

Spread the love