ସରକାରଙ୍କୁ ଚିଠି ଲେଖିଲା ଘରୋଇ ବସ୍ ମାଲିକ ସଂଘ : ଇଏମ୍ଆଇ ତିନି ମାସ ପାଇଁ ବନ୍ଦ ରଖିଵାକୁ ନିବେଦନ

ଭୁବନେଶ୍ୱର : ଆସନ୍ତା ସୋମବାର ଠାରୁ ରାଜ୍ୟରେ ସ୍ବାଭାବିକ ବସ୍ ଚଳାଚଳ ସମ୍ଭବ ନୁହେଁ। କୋଭିଡ୍ କଟକଣା ଯୋଗୁଁ ଆନ୍ତଃ ରାଜ୍ୟ ବସ୍ ଚଳାଚଳ ବନ୍ଦ ରହିଛି।ନାଇଟ୍ କର୍ଫ୍ୟୁ ଓ ସପ୍ତାହନ୍ତ ସଟଡାଉନ୍ ଯୋଗୁଁ ଜିଲ୍ଲା ମଧ୍ୟରେ ବସ୍ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି।

ଏପରିସ୍ଥଳେ ଵସ୍ ମାଲିକ ମାନେ ଵ୍ୟାପକ କ୍ଷତି ସହୁଛନ୍ତି । ତେଣୁ ଵସ୍ ଚଳାଇଵା ଏକ ପ୍ରକାର ଅସମ୍ଭବ ହୋଇପଡିଛି ଵୋଲି କହିଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ । ଏପରି କ୍ଷେତ୍ରରେ ଯାତ୍ରୀ ପରିବହନ ସେବା କ୍ଷେତ୍ରକୁ ଵଞ୍ଚାଇ ରଖିବା ପାଇଁ ଵସ୍ ଗୁଡିକର ଇଏମ୍ଆଇ ତିନି ମାସ ପାଇଁ ବନ୍ଦ ରଖିଵାକୁ ଵ୍ୟାଙ୍କ ଗୁଡିକୁ ସରକାର ନିର୍ଦ୍ଦେଶ ଦେଵା ପାଇଁ ନିଵେଦନ କରିଛି ଵସ୍ ମାଲିକ ସଂଘ। ସେହିପରି ଇଏମ୍ଆଇ ଉପରେ ସୁଧ ଛାଡ କରିଵା ଓ ତିନି ମାସର ରୋଡ ଟ୍ୟାକ୍ସ ଛାଡ ପାଇଁ ସରକାରଙ୍କୁ ଚିଠି ଲେଖିଛି ଘରୋଇ ଵସ୍ ମାଲିକ ସଙ୍ଘ।

Spread the love