ଦେଶର ୧୮ ରାଜ୍ୟରେ କମ୍ ହୋଇଛି ପଜିଟିଭ ରେଟ୍‌

ନୂଆଦିଲ୍ଲୀ : ଦେଶରେ ନୂଆ କରୋନା ମାମଲା ପୂର୍ବ ତୁଳନାରେ ସାମାନ୍ୟ କମ୍ ରେକର୍ଡ଼ ହୋଇଛି । ଦେଶରେ ୧୮ଟି ରାଜ୍ୟରେ ପଜିଟିଭିଟି ରେଟ୍ ରେ ମଧ୍ୟ କମ୍ ଆସିଛି । ଦେଶରେ ଜାତୀୟ ପଜିଟିଭିଟି ରେଟ୍ ୩୦ ରୁ ୧୯.୮ ପ୍ରତିଶତରେ ପହଂଚିଛି । ଶନିବାର ଦିନ ଆୟୋଜିତ ପ୍ରେସ ବାର୍ତାରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଂୟୁକ୍ତ ସଚିବ ଲବ ଅଗ୍ରୱାଲ କହିଛନ୍ତି କି ଦେଶରେ ଏବେ ୧୫.୧ ପ୍ରତିଶତ ଆକ୍ଟିଭ ମାମଲା ରହିଛି । ଦେଶର ରିକଭରିରେଟ୍ ୮୩.୮୩ ପ୍ରତିଶତ ଅଛି । ସେ କହିଛନ୍ତି ଯେ, ଗତ ୧୨ ଦିନରେ ନୂତନ ମାମଲାରେ କିଛିଟା ହ୍ରାସ ଘଟିଛ ି । ୩ ମଇଠାରୁ ରିକଭରି ରେଟ୍ ରେ ମଧ୍ୟ ବଢ଼ିଛି କିନ୍ତୁ ଗତ ୪ ଦିନରେ ରିକଭରି ମାମଲାରେ ୧୧ ପ୍ରତଶତ ବୃଦ୍ଧି ଘଟିଛି ।

ସେ କହିଛନ୍ତି ଯେ, ଦେଶରେ ୭୫ ପ୍ରତିଶତ ନୂଆ ମାମଲା ୧୦ଟି ରାଜ୍ୟରୁ ଆସିଛି । ୧୧ ରାଜ୍ୟରେ ଆକ୍ଟିଭ ମାମଲା ସଂଖ୍ୟା ୧ ଲକ୍ଷ ଉପରେ ରହିଛି । ୮ ରାଜ୍ୟରେ ଆକ୍ଟିଭ ମାମଲା ସଂଖ୍ୟା ୧ ଲକ୍ଷରୁ ୫୦ ହଜାର ମଧ୍ୟରେ ଏବଂ ୧୭ ରାଜ୍ୟରେ ଆକ୍ଟିଭ ମାମଲା ୫୦ ହଜାରରୁ କମ୍ ଅଛି । ମହାରାଷ୍ଟ୍ର, ଦିଲ୍‌ଲୀ, ହରିୟାଣା, ଗୁଜରାଟ, ଛତିଶଗଡରେ ମାମଲା କମ୍ ଦେଖାଯାଉଛି । ତାମିଲନାଡ଼ୁରେ ଏହା ବଢ଼ିବାରେ ଲାଗିଛି । ୩୧୬ ଜିଲ୍ଲାରେ କରୋନା ବଢ଼ିବାରେ ଲାଗିଛି ।

Spread the love