ପରଲୋକରେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି

ଭୁବନେଶ୍ୱର : ଓଲିଉଡ଼ ଜଗତ ପାଇଁ ଦୁଃଖଦ ଖବର । ଖ୍ୟାତନାମା ସଂଗୀତ ନିର୍ଦ୍ଦେଶକ ଓ କଣ୍ଠ ଶିଳ୍ପୀ ଅମରେନ୍ଦ୍ର ମହାନ୍ତି ସୋମବାର ଭୋର ସମୟରେ ଆରପାରିକୁ ଚାଲିଯାଇଛନ୍ତି l ସମ ହସ୍ପିଟାଲରେ କରୋନା ଠାରୁ ହାରି ୪ଦିନ ଭେଣ୍ଟିଲେଟରରେ ରହିବା ପରେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀ ମହାନ୍ତିଙ୍କ ପରଲୋକ । ମୃତ୍ୟୁବେଳକୁ ତାଙ୍କୁ ୬୩ବର୍ଷ ବୟସ ହୋଇଥିଲା । ତାଙ୍କର ବିୟୋଗ ବିଭିନ୍ନ ମହଲରେ ଦୁଃଖର ଛାୟା ଖେଳି ଯାଇଛି ।

ଓଡିଆ ଚଳଚ୍ଚିତ୍ର ଜଗତରେ ବହୁ ଜଣାଶୁଣା ନାଁଟି ହେଉଛି ଅମରେନ୍ଦ୍ର ମହାନ୍ତି । ବହୁ ଭଜନ ଓ ହିଟ୍‌ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ସେ କିଛି ତଳେ କରୋନାରେ ଆକ୍ରାନ୍ତରେ ହୋଇ ଘରେ ରହିଥିଲେ ବୋଲି ଝିଅ ଅନ୍ବେଷା ମହାନ୍ତି କହିଛନ୍ତି । ଜ୍ୱର ନ ଛାଡିବା ଓ ଅଣନିଶ୍ବାସୀ ଅନୁଭବ କରିବାରୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସା ଜାରି ରହିଥିଲେ। କିନ୍ତୁ ସ୍ୱାସ୍ଥ୍ୟବସ୍ଥା ଦିନକୁ ଦିନ ବିଗଡୁଥିବାରୁ ଭେଣ୍ଟିଲେଟରରେ ଚିକିତ୍ସିତ ଥିଲେ । ସ୍ୱର୍ଗତ ଅମରେନ୍ଦ୍ର ମହାନ୍ତିଙ୍କ ଦେହାନ୍ତ ସଙ୍ଗୀତଜଗତ ପାଇଁ ଏକ ଅପୂରଣୀୟ କ୍ଷତି ଛାଡିଯାଇଥିବା ଜଣାପଡିଛି ।

Spread the love