ପୋଲିସ ହାତରେ ୩ ଦୁର୍ଦାନ୍ତ ଗଞ୍ଜେଇ ମଫିଆ

କୋରାପୁଟ: ଗଞ୍ଜେଇ ଚୋରା ଚାଲାଣ ବେଳେ ନନ୍ଦପୁର ପୋଲିସ ହାତରେ ୩ ଦୁର୍ଦାନ୍ତ ଗଞ୍ଜେଇ ମଫିଆ। ପାଡୁଆ ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲଣ ବେଳେ ନନ୍ଦପୁର ପୋଲିସ ହାତରେ ଧରା ପଡିଛି ବିପୁଳ ଗଞ୍ଜେଇ । ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପି ଙ୍କ ନିର୍ଦେଶ କ୍ରମେ ନନ୍ଦପୁର ଏସ.ଡ଼ି.ପି.ଓ. ଙ୍କ ନେତୃତ୍ଵରେ ନନ୍ଦପୁର ପୋଲିସର ୭ ଜଣିଆ ଟିମ ଗଠନ କରି ବ୍ଲକ ଅଫିସ ନିକଟରେ ନାକାବନ୍ଦୀ କରିଥିଲେ । ପାଡୁଆ ଅଞ୍ଚଳରୁ ଦ୍ରୁତ ଗତିରେ ଆସୁଥିବା କାରକୁ ଅଟକାଇ ଥିଲା ପୋଲିସ । ଗାଡି ସେଠାରୁ ବିପରୀତ ଦିଗକୁ ବୁଲାଇ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ୩ ଦୁର୍ଦାନ୍ତ ଗଞ୍ଜେଇ ମଫିଆକୁ କାବୁ କରିବା ସଫଳ ହୋଇ ଥିଲା । ମୁଖ୍ୟ ଆସାମୀ ତଥା ସେହି ଅଞ୍ଚଳର ଦୁର୍ଦାନ୍ତ ଗଞ୍ଜେଇ ମଫିଆ ଅଭି ଖିଲ ଅନ୍ଧାରର ସୁଯଗ ନେଇ ଜଙ୍ଗଲ ଭିତରକୁ ଖସି ପଳାଇବାରେ ସକ୍ଷମ ହୋଇଥିଲା। ୩ ମଫିଆଙ୍କୁ କାବୁ କରିବା ପରେ କାରକୁ ଯାଞ୍ଚ କରିବାରୁ କାର ଡିକିରେ ୪ ଟି ବସ୍ତାରେ ପ୍ରାୟ ଏକ କୁଇଣ୍ଟାଲ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା ପୋଲିସ । ଏହାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ଗିରଫ ମଫିଆ ମାନେ ପଟାଙ୍ଗୀ ଅଞ୍ଚଳ ସାମଏଲ ଗେଞ୍ଜି , ନଦପୁର ଅଞ୍ଚଳର ସୁରେନ୍ଦ୍ର ମାଲି ଏବଂ ଜୟପୁର ଅଞ୍ଚଳର ପ୍ରଶାନ୍ତ ଖେମୁଣ୍ଡୁ । ନନ୍ଦପୁର ଏସ. ଡ଼ି. ପିଓ . ସଞ୍ଜୟ ମହାପତ୍ରଙ୍କ ସୂଚନା ଅନୁଯାଇ ଏହି ଦୁର୍ଦାନ୍ତ ଗଞ୍ଜେଇ ମଫିଆ ମାନେ ଦୀର୍ଘ ବର୍ଷ ହେଲା ବେଧଡକ ଏହି ଅଞ୍ଚରୁ ଗଞ୍ଜେଇ ଚୋରା ଚାଲାଣ କରି ଆସୁଥିଲେ । ଏମାନଙ୍କୁ ପୋଲିସ ବହୁ ବାର ଧରିବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ଖସି ପଳାଇବାରେ ସକ୍ଷମ ହେଉଥିଲେ । କିନ୍ତୁ ଏହି ଦୁର୍ଦାନ୍ତ ଗଞ୍ଜେଇ ମାଫିଆଙ୍କୁ ଧରିଥିବାରୁ ନନ୍ଦପୁର ପୋଲିସ ପାଇଁ ବଡ ସଫଳତା ବୋଲି କହିଛନ୍ତି । ଫେରାର ହୋଇଯାଇ ଥିବା ମୁଖ୍ୟ ଅଭିଯୁକ୍ତ ପୋଲିସ ଖୁବଶିଗ୍ର ଗିରଫ କରିବ ବୋଲି ସୂଚନା ଦେଇଛନ୍ତି ।

Spread the love