ପିପିଲିରେ ପୋଲିସର ଫ୍ଲାଗମାର୍ଚ୍ଚ

ପୁରୀ : ପିପିଲି ଉପ ନିର୍ବାଚନ ପାଇଁ ଆସନ୍ତା ୧୭ ତାରିଖରେ ଭୋଟ ଗ୍ରହଣ କରାଯିବ । ନିରପେକ୍ଷ, ନିର୍ଭିକ ଓ ସୁରକ୍ଷିତ ମତଦାତା ଭୋଟ୍ ଦେବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏ ସମ୍ପର୍କରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ(ଡ଼ିଜପି) ଅଭୟ ଗତ ୧୨ ତାରିଖରେ ପିପିଲି ଥାନାରେ ଏ ସମ୍ପର୍କରେ ଏକ ଉଚ୍ଚସ୍ତରିୟ ବୈଠକ କରିଥିଲେ । ବୈଠକରେ ନିଆଯାଇଥିବା ନିଷ୍ପତି ଅନୁଯାୟୀ ପୁରୀ ଏସପି କେ.ଭି. ସିଂହଙ୍କ ନିର୍ଦ୍ଦେଶ କ୍ରମେ ପିପିଲି ଥାନା ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି ପୋଲିସ ଫୋର୍ସ ସହ ବିଭିନ୍ନ ଅଂଚଳରେ ଫ୍ଲାଗମାର୍ଚ୍ଚ କରିଛନ୍ତି । ପିପିଲି ବଜାର, ମଙ୍ଗଳପୁର, ସାତଶଙ୍ଖ, ବଳଙ୍ଗା, ଡ଼େଲାଙ୍ଗ ଆଦି ସମ୍ବେଦନଶିଳ ବୁଥ୍ ଅଂଚଳରେ ପୋଲିସ ଫ୍ଲାଗମାର୍ଚ୍ଚ କରିଛି । ଏହା ସହ ଭୋଟ୍ ଗ୍ରହଣର ୭୨ ଘଂଟା ପୂର୍ବରୁ ଅର୍ଥାତ୍ ଆଜି ସକାଳ ୭ଟା ଠାରୁ ବାଇକ୍ ରାଲି ଉପରେ ରୋକ୍ ଲଗାଯାଇଥିବାରୁ ପୋଲିସ ସେଥିପ୍ରତି କଡ଼ା ନଜର ରଖିଛି । ଶାନ୍ତିଶୃଙ୍ଖଳାର ସହ ଭୋଟ୍ ଗ୍ରହଣ ପାଇଁ ୩ କମ୍ପାନୀ କେନ୍ଦ୍ରୀୟ ଫୋର୍ସ, ୨୯ ପ୍ଲାଟୁନ୍ ଓଏସଏପି ଫୋର୍ସ । ୧ ପ୍ଲାଟୁନ ସୁଇଫ୍ଟ ଆକ୍ସନ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ପିପିଲି ନିର୍ବାଚନ ମଣ୍ଡଳିକୁ ଏକାଧିକ ଜୋନ୍ ରେ ବିଭକ୍ତ କରାଯାଇଛି । ପ୍ରତି ଜୋନ୍ ଦାୟୀତ୍ୱରେ ଦୁଇ ଜଣ ଅତିରିକ୍ତ ଏସପି ଓ ତିନି ଜଣ ଡିଏସପି ରହିଛନ୍ତି ।

Spread the love