ଛତିଶଗଡ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ, ଜଣେ ହାଡକୋର ମାଓବାଦୀ ମୃତ

ମାଲକାନଗିରି : ଛତିଶଗଡ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ । ଏଥରେ ଜଣେ ହାଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଏନେଇ ଦନ୍ତେୱାଡା ଏସପି ଅଭିଷେକ ପଲ୍ଲଭ ସୁଚନା ଦେଇଛନ୍ତି ।

ନିଲାବାୟା ଜଙ୍ଗଲ ଭିତରେ ମାଓବାଦୀ ମାନେ ଏକ କ୍ୟାମ୍ପ କରି ରହିଥିବା ପୋଲିସର ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା । ଏହାପରେ ଡିଆରଜି ବାହିନୀ ପକ୍ଷରୁ ସେଠାରେ କୁମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା । ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହେବା ପରେ ନକ୍ସଲ ମାନେ ଘଟଣାସ୍ଥଳ ଛାଡି ପଳାୟନ କରିଛନ୍ତି । ସର୍ଚ୍ଚ ଅପରେସନ ବେଳେ ଜବାନ ମାନେ ଜଣେ ନକ୍ସଲ ପନ୍ଥିଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ଓ ଲ୍ୟାଣ୍ଡମାଇନ ସହ କିଛି ମାଓ ସାମଗ୍ରୀ ଜବତ ହୋଇଛି । ସୂଚନା ଯେ, ମୃତ ନକ୍ସଲ କୋଷା ଗତ ୧୫ ବର୍ଷ ଧରି ନକ୍ସଲ ସଂଗଠନରେ ରହିଥିବା ବେଳେ ଛତିଶଗଡ ସରକାର ତାଙ୍କ ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ।

Spread the love