ଆଜି କୋଭିଡ଼ ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ସଂକ୍ରମଣ ପ୍ରତିଦିନ ବଢ଼ି ଚାଲିଛି । ଦେଶରେ ଦ୍ଵିତୀୟ ଲହର ପ୍ରଭାବରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି। ଗତବର୍ଷ କରୋନାର ପ୍ରଥମ ଲହରରେ ଦେଶ ଯେତିକି ପ୍ରଭାବିତ ହୋଇ ନଥିଲା ଏବେ କରୋନାର ଦ୍ଵିତୀୟ ଲହର ଦ୍ୱାରା ସ୍ଥିତି ଅଧିକ ସଂଗୀନ ହେବାରେ ଲାଗିଛି । ବର୍ତ୍ତମାନ ଦୈନିକ କରେନା ସଂକ୍ରମଣ ସବୁ ରେକର୍ଡ ଭାଙ୍ଗି ୧ ଲକ୍ଷ ଟପି ଯାଇଛି। ଦିନକୁ ଦିନ ଦେଶରେ କରୋନା ସ୍ଥିତି ଉଗ୍ର ହେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଆଜି ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନ୍ ଫରେନ୍ ସିଂ ଜରିଆରେ ଆଲୋଚନା କରିବେ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ଟିକାକରଣ ପ୍ରସଙ୍ଗରେ ମଧ୍ୟ ଅବଗତ ହେବେ । ସଂନ୍ଧ୍ୟା ସାଢ଼େ ୬ଟାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ବୈଠକ ଆରମ୍ଭ ହେବ ।

ବିଭିନ୍ନ ରାଜ୍ୟଗୁଡ଼ିକର କରୋନା ସ୍ଥିତି ଓ ଟିକାକରଣ କାର୍ଯ୍ୟକ୍ରମ କିଭଳି ଚାଲିଛି ତାହା ହିଁ ବୈଠକର ମୁଖ୍ୟ ଏଜେଣ୍ଡା ରହିଛି। ସେହିପରି କରୋନାର ଦ୍ଵିତୀୟ ସଂକ୍ରମଣକୁ ରୋକିବା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇ ପାରିବ, ସେ ବିଷୟରେ ମଧ୍ୟ ଆଲୋଚନା କରାଯିବ। କରୋନା ଭାଇରସ ସଂକ୍ରମଣ ଦେଶରେ ପ୍ରତିଦିନ ବଢ଼ିଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ଏହାରି ଉପରେ ସବୁବେଳେ ନଜର ରଖିଛନ୍ତି । ପ୍ରଧାନମନ୍ତ୍ରୀ ନିୟମିତ ଭାବେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟମନ୍ତ୍ରୀଙ୍କ ସହିତ ସଂପର୍କରେ ରହୁଛନ୍ତି । ମୋଦୀ ଦେଶର କରୋନା ସ୍ଥିତି ଉପରେ ନଜର ରଖିଛନ୍ତି । ଗତ ସପ୍ତାହରେ ସେ କରୋନା ଭାଇରସ ମହାମାରୀ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ । ଏହି ବୈଠକରେ ସେ କରୋନା ଓ ଟିକାକରଣ ସ୍ଥିତି ନେଇ ସମୀକ୍ଷା କରିଥିଲେ ।

Spread the love