ଏଣିକି କରୋନା ଚିକିତ୍ସାରୁ ହଟିଲା ପ୍ଲାଜମା ଥେରାପି

ନୂଆଦିଲ୍ଲୀ : କରୋନା ସଂକଟ ମଧ୍ୟରେ ପ୍ଲାଜମା ଥେରାପୀକୁ ନେଇ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଓ ଏମ୍‌ସ ବଡ଼ ନିଷ୍ପତ୍ତି ନେଇଛନ୍ତି । କରୋନାର ଚିକିତ୍ସାରୁ ପ୍ଲାଜମା ଥେରାପୀକୁ ହଟାଇ ଦିଆଯାଇଛି । ଏସଂପର୍କରେ ଏମ୍‌ସ ଓ ଆଇସିଏମ୍‌ଆର ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି । ସ୍ୱାସ୍ଥ୍ୟ ବିଷେଶଜ୍ଞଙ୍କ ମତରେ କରୋନା ଥେରାପି ପ୍ରଭାବଶାଳୀ ନୁହେଁ, ଅନେକ କ୍ଷେତ୍ରରେ ଏହା ଭୁଲ ପ୍ରମାଣିତ ହୋଇଛି । ଇ ଆଇସିଏମ୍ଆରର ବରିଷ୍ଠ ବୈଜ୍ଞାନିକ ଡ. ସମୀରନ ପାଣ୍ଡା କହିଛନ୍ତି ଯେ ପ୍ରକାଶିତ ତଥ୍ୟରୁ ଜଣାପଡିଛି ଯେ ପ୍ଲାଜମା ଚିକିତ୍ସାର କୌଣସି ଲାଭ ନାହିଁ । ପ୍ଲାଜମା ଥେରାପି ମହଙ୍ଗା ଏବଂ ଭୟ ସୃଷ୍ଟି କରୁଛି । ଏହା ରୋଗୀଙ୍କୁ ସହାୟ ହେଉନଥିବାବେଳେ ସ୍ୱାସ୍ଥ୍ୟସେବା ଉପରେ ଅଧିକ ବୋଝ ହେଉଛି ।

ଏହା ପୂର୍ବରୁ କୋଭିଡ-୧୯ ସଂପର୍କିତ ଆଇସିଏମ୍‌ଆର, ନ୍ୟାସନାଲ ଟାକ୍ସ ଫୋର୍ସର ବୈଠକରେ ମଧ୍ୟ ସମସ୍ତ ସଦସ୍ୟ ଏହି ପକ୍ଷରେ ଥିଲେ ଯେ, ପ୍ଲାଜମା ଥେରାପୀକୁ କରୋନା ଚିକିତ୍ସା ପଦ୍ଧତିରୁ ହଟାଯିବା ଉଚିତ । ସେମାନଙ୍କର କହିବାର ଉଦେଶ୍ୟ ଥିଲା ଯେ, କରୋନା ଥେରାପୀର କୌଣସି ପ୍ରଭାବ ନାହିଁ ଏବଂ ଏହାକୁ ଅନୁଚିତ ଭାବେ ବ୍ୟବହାର କରାଯାଉଛି । ଆଇସିଏମ୍‌ଆରର ବରିଷ୍ଠ ବୈଜ୍ଞାନିକ ଡ. ସମୀରଣ ପଣ୍ଡା କହିଛନ୍ତି ବିଜେଏମରେ ପ୍ରକାଶିତ ତଥ୍ୟରେ ଏହା ଜଣାପଡ଼ିଛି ଯେ, ପ୍ଲାଜମା ଥେରାପୀର କୌଣସି ଲାଭ ନାହିଁ । ଏହା ମହଙ୍ଗା ଏବଂ ଏଥିରେ ରୋଗୀର ଜଟିଳତା ବଢୁଛି । ଏହାକୁ ନେଇ ହେଲଥକେୟାର ସିଷ୍ଟମ ଉପରେ ବୋଝ ବଢୁଛି । ରୋଗୀଙ୍କୁ ସାହାଯ୍ୟ ମିଳିପାରୁ ନାହିଁ । ଡୋନରଙ୍କ ପ୍ଲାଜମାର ଗୁଣବତ୍ତା ପ୍ରତ୍ୟେକ ସମୟ ସୁନିଶ୍ଚିତ ହୋଇ ନଥାଏ । ପ୍ଲାଜମାର ଆଣ୍ଟିବଡି ପର୍ଯ୍ୟାପ୍ତ ସଂଖ୍ୟାରେ ହେବା ଦରକାର, କିନ୍ତୁ ଏହା ସୁନିଶ୍ଚିତ ରହିନାହିଁ । ପ୍ଲାଜମା ଥେରାପି ଦ୍ୱାରା ଆଣ୍ଟିବଡି ନିଶ୍ଚିତ ଭାବରେ ପର୍ଯ୍ୟାପ୍ତ ପରିମାଣରେ ରହିବା ଆବଶ୍ୟକ । କିନ୍ତୁ ଏହା ସମ୍ଭବ ହେଉନି । ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, ଯଦି ପ୍ରାରମ୍ଭିକ ମଧ୍ୟମ ରୋଗର ଅବସ୍ଥାରେ ଅର୍ଥାତ୍ ଲକ୍ଷଣ ଆରମ୍ଭ ହେବାର ସାତ ଦିନ ମଧ୍ୟରେ, ଦାତା ପ୍ଲାଜମା ଉପଲବ୍ଧ ଥିଲେ ପ୍ଲାଜ୍ ଥେରାପିର “ଅଫ୍ ଲେବଲ୍” ଅନୁମତି ଦିଆଯାଇଥିଲା । ତେବେ ଏହା ବିଶେଷ ଫଳପ୍ରଦ ନହେବାରୁ ଡାକ୍ତର ଏବଂ ବୈଜ୍ଞାନିକ ମୁଖ୍ୟଙ୍କ ପରାମର୍ଶଦାତା କେ ବିଜୟ ରାଘଗବନଙ୍କୁ ଚିଠି ଲେଖି ଏହାକୁ ହଟାଇବାକୁ ଦାବି କରିଥିଲେ । ବାସ୍ତବରେ, ପ୍ଲାଜମା ଥେରାପିରେ, କୋଭିଡ୍ -19 ଦ୍ୱାରା ଆରୋଗ୍ୟ ହୋଇଥିବା ରୋଗୀର ରକ୍ତରେ ଉପସ୍ଥିତ ଆଣ୍ଟିବଡି ଗୁରୁତର ରୋଗୀଙ୍କୁ ଦିଆଯାଇଥାଏ । ରିପୋର୍ଟ ଅନୁଯାୟୀ, ବିଶେଷଜ୍ଞଙ୍କ ମତରେ ୧୧,୫୮୮ ରୋଗୀଙ୍କ ଉପରେ ପ୍ଲାଜମା ଥେରାପି ପରୀକ୍ଷା କରିବା ପରେ ଏହା ଜଣାପଡିଛି ଯେ ଏହାଦ୍ୱାରା ରୋଗୀ ମୃତ୍ୟୁ ବେଶି ସଂଖ୍ୟାରେ ବୃଦ୍ଧିପାଇଛି ।

Spread the love