ପିପିଲି ଉପ-ନିର୍ବାଚନ : ଆଜିଠୁ ନାମାଙ୍କନ ଦାଖଲ

ଭୁବନେଶ୍ୱର : ପିପିଲି ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲା । ଆଜିଠୁ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ । ସେହିପରି ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ମାର୍ଚ୍ଚ ୩୦ ରହିଛି। ମାର୍ଚ୍ଚ ୩୧ରେ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ଏପ୍ରିଲ ୩ରେ ପ୍ରତ୍ୟାହାରର ଶେଷ ତାରିଖ ରହିଛି। ଏପ୍ରିଲ ୧୭ରେ ଭୋଟ ଗ୍ରହଣ । ମଇ ୨ରେ ଭୋଟ୍ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

ସୂଚନା ଯେ, ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି ଆସନ ଖାଲି ପଡିଥିଲା।

Spread the love