ରେଳ ଧାରଣାରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଯାଜପୁର : ଯାଜପୁର ଜିଲ୍ଲା ଚଣ୍ଡିତଳ ପଞ୍ଚାୟତ ଚଉଳଥଳି ରେଳ ଲାଇନ୍‌ ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ‌ ଆରମ୍ଭ କରିଛି ।

ସୂଚନା ଯେ, ସୋମବାର ସକାଳ ସମୟରେ କିଛି ଲୋକ ଟ୍ରେନ୍‌ ଲାଇନ୍ କଡ଼ ଦେଇ ଯାଉଥିବା ବେଳେ ମୃତଦେହ ପଡିଥିବାର ଦେଖିଥିଲେ । ଏହାପରେ ତୁରନ୍ତ ରେଳବାଇ ପୋଲିସକୁ ଖବର ଜଣାଇଥିଲେ । ଖବର ପାଇ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ମୃତଦେହ ନିକଟରେ ଏକ ସାଇକେଲ୍‌ ପଡିଛି । ଜିଆର୍‌ପି ପୋଲିସ ଘଟଣାରେ ଛାନ୍‌ଭିନ୍‌ ଜାରି ରଖିଛି । ଟ୍ରେନ୍‌ ଧକ୍କାରେ ମୃତବ୍ୟକ୍ତିଙ୍କ ଶରୀରରେ ଅନେକ ଅଂଶ କଟି ଯାଇଛି । ବ୍ୟକ୍ତି ଜଣଙ୍କ ଟ୍ରେନ୍‌ ଲାଇନ୍‌ରେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରାଯାଉଛି ।

Spread the love